ପ୍ରଚାର ମଇଦାନରେ ଲମ୍ବୋଧର ନିଆଲ । ମନ୍ଦିର ଯାଇ ପୂଜାର୍ଚ୍ଚନା ପରେ ଆରମ୍ଭ କଲେ ପ୍ରଚାର

125

କନକ ବ୍ୟୁରୋ : ପ୍ରାର୍ଥୀ ତାଲିକା ଘୋଷଣା ପରେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଧର ନିଆଲ । ପ୍ରଥମେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ କରିଛନ୍ତି ପ୍ରଚାର । ଲୋକଙ୍କ ପାଖକୁ ଯିବା ସହ ନିର୍ବାଚନରେ ତାଙ୍କୁ ବିଜୟୀ କରିବା ପାଇଁ ଭୋଟ ଭିକ୍ଷା କରିଛନ୍ତି ।

ଏଥିସହ କାଳାହାଣ୍ଡି ଆସନରୁ ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଜେଡି ଶାସନରେ ରାଜ୍ୟରେ ହୋଇଥିବା ବିକାଶ କାର୍ଯ୍ୟ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଲମ୍ବୋଧର ।