ବିବାହ କରିବେ ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ : ଆଜି ଦିଲ୍ଲୀରେ ନିର୍ବନ୍ଧ କାର୍ଯ୍ୟକ୍ରମ

ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ସହ ଯୋଗ ଦେବେ ପ୍ରାୟ ୫୦ ଜଣ; ଏବେ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି ତେଜସ୍ୱୀ

303

କନକ ବ୍ୟୁରୋ : ଆରଜେଡ଼ି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ବିବାହ ବନ୍ଧନରେ ବାନ୍ଧି ହେବେ । ଆଜି ଦିଲ୍ଲୀରେ ନିବନ୍ଧ ହେବାର କାର୍ଯ୍ୟକ୍ରମ ରହିଛି । ତେଜସ୍ୱୀଙ୍କ ପରିବାର ଏହି ଅବସରରେ ଦିଲ୍ଲୀରେ ପହଂଚିସାରିଛନ୍ତି । ସୂଚନା ଅନୁସାରେ ଲାଲୁ, ରାବ୍ରି ଓ ମିସାଙ୍କ ସହ ତେଜସ୍ୱୀ ଓ ତେଜ ପ୍ରତାପ ଏବେ ଦିଲ୍ଲୀରେ ଅଛନ୍ତି ।  ନିର୍ବନ୍ଧ କାର୍ଯ୍ୟକ୍ରମରେ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁମାନଙ୍କ ସହ ପ୍ରାୟ ୫୦ ଜଣ ଲୋକ ଭାଗ ନେବେ। ତେଜସ୍ବୀ ଯାଦବ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ। ସେ ଭାଇମାନଙ୍କ ଭିତରେ ଦ୍ବିତୀୟ ଏବଂ ଭାଇଭଉଣୀ ୮ ଜଣଙ୍କ ଭିତରେ ଅଷ୍ଟମ ବା ସବା ସାନ । ତାଙ୍କର ଅନ୍ୟ ଭାଇଭଉଣୀଙ୍କ ବାହାଘର ସରିଥିବା ବେଳେ ସେ ଏକମାତ୍ର ବାକି ଥିଲେ । ତେଜସ୍ବୀ ବର୍ତ୍ତମାନ ଆର୍‌ଜେଡି ବିଧାୟକ ଦଳର ନେତା ଏବଂ ବିହାର ବିଧାନସଭାର ବିରୋଧୀ ଦଳ ନେତା । ସେ ୨୦୧୫ରୁ ୨୦୧୭ ଭିତରେ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ ।