ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ: ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ଏମ୍ସରେ ଲାଲୁ ଯାଦବଙ୍କୁ କରାଗଲା ଭର୍ତ୍ତି

ତେଜସ୍ୱୀ ଯାଦବ କହିଲେ, ଫୁସଫୁସରେ ଜମି ଯାଇଛି ପାଣି

114

କନକ ବ୍ୟୁରୋ: ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀରେ ପହଞ୍ଚିଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ନିଆଯାଇ ଏମ୍ସରେ ଭର୍ତ୍ତି କରାଯାଇଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ତାଙ୍କ ଫୁସଫୁସରେ ପାଣି ଜମି ଯାଇଛି । ରାଞ୍ଚିର ରିମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଥିଲା । ଫଳରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।

ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କ କହିବା ଅନୁସାରେ, ଲାଲୁଙ୍କ ଛାତିରେ ପାଣି ଜମିଛି ଏବଂ ନିଃଶ୍ୱାସ ପ୍ରଶ୍ୱାସରେ ସେ ସମସ୍ୟା ଅନୁଭବ କରୁଛନ୍ତି । ଶୁକ୍ରବାର ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ତେଜ ପ୍ରତାପ ଯାଦବ ଏବଂ ତାଙ୍କ ସ୍ତ୍ରୀ ରାବିଡ଼ ଦେବି ଝିଅ ମିଶା ଭାରତୀ ଲାଲୁଙ୍କୁ ରିମ୍ସ ମେଡ଼ିକାଲରେ ଦେଖାକରିଥିଲେ । ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ରାଞ୍ଚି ଜେଲରେ ଅଛନ୍ତି । ରାଞ୍ଚିର ରିମ୍ସ ମେଡ଼ିକାଲରେ ତାଙ୍କର ଲମ୍ବା ସମୟ ଧରି ଚିକିତ୍ସା ଜାରି ରହିଥିଲା । ତେବେ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।