କନକ ବ୍ୟୁରୋ : ଚାରା ଘୋଟାଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଆହୁରି କିଛିଦିନ ଜେଲରେ ରହିବାକୁ ପଡିବ । ଦୁମକା କୋଷାଗାର ହେରଫେର ମାମଲାରେ ଆଜି କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣିକୁ କୋର୍ଟ ବିଳମ୍ବ କରିଛନ୍ତି । ଏହି ମାମଲାର ଶୁଣାଣି ୧୧ ଡିସେମ୍ବରକୁ  ହେବ ବୋଲି କୋର୍ଟ କହିଛନ୍ତି । ଝାଡଖଣ୍ଡ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଉପରେ ଲାଲୁଙ୍କ ଜାମିନ୍ ନିର୍ଭର କରୁଛି । ଏହି ମାମଲାରେ ଲାଲୁ ଜାମିନ୍ ପାଇଲେ ତା’ ପରେ ଜେଲରୁ ବାହାରିବାର ରାସ୍ତା ସଫା ହୋଇଯିବ । ଆଜି ଏହି ମାମଲାର ଭର୍ଚୁଆଲ ଶୁଣାଣି ହୋଇଥିଲା । ଲାଲୁଙ୍କ ଓକିଲ ପ୍ରଭାତ କୂମାର ଭର୍ଚୁଆଲି ତାଙ୍କର ପକ୍ଷ ରଖିଥିଲେ । ଲାଲୁଙ୍କ ତରଫରୁ ବରିଷ୍ଠ ଓକିଲ କପିଲ ଶିବଲ ବି ଭର୍ଚୁଆଲି ତାଙ୍କ ପକ୍ଷ ରଖିଥିଲେ । ଏହାସହ ସିବିଆଇ ବି ତାଙ୍କର ପକ୍ଷ ଭର୍ଚୁଆଲି ରଖିଛନ୍ତି ।
ଏହି ଶୁଣାଣି ବେଳେ ସିବିଆଇ ଲାଲୁଙ୍କ ବିରୋଧରେ ପ୍ରଶ୍ନ ଉଠାଇଥିଲେ । ଏହାପରେ କୋର୍ଟ ଲାଲୁଙ୍କ ସମ୍ପୁର୍ଣ୍ଣ ଦଣ୍ଡ ଅବଧି ଉପରେ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୧୧ ଡିସେମ୍ବର ଦିନ ସମ୍ପୁର୍ଣ୍ଣ ଦଣ୍ଡ ଅବଧି ପରେ ଲାଲୁଙ୍କ ଜାମିନ ମିଳିବକି ନାହିଁ ତା ଉପରେ ନିର୍ଣ୍ଣୟ କରିବେ । ଝାରଖଣ୍ଡ ରାଜ୍ୟର ଆରଜେଡି ଅଧ୍ୟକ୍ଷ ସ୍ମିତା ଲକଡା ଲାଲୁଙ୍କ ଜାମିନ ତାରିଖ ଘୁଂଚିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଲାଲୁଙ୍କୁ ଜାମିନ ନମିଳିବାରୁ ପୁରା ଆରଜେଡି ନେତାଙ୍କ ଭିତରେ ଦୁଖ ଖେଳି ଯାଇଛି ।