କନକ ବ୍ୟୁରୋ : ଚାରା ଘୋଟାଲା ମାମଲାରେ ଏକବର୍ଷରୁ ଅଧିକ ହେବ ଜେଲରେ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଝାଡଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦୁମକା କୋଷାଗାରରୁ ବେଆଇନ ଅର୍ଥ କାରବାର ମାମଲାକୁ ନେଇ ଏହାପୂର୍ବରୁ ଲାଲୁଙ୍କ ଜାମିନ ଆବେଦନ ଉପରେ ଅନେକ ବାର ଶୁଣାଣି ହୋଇ ସାରିଛି । ଚାରା ଘୋଟାଲାର ଏହି ମାମଲା ସହିତ ଦୁମକା କୋଷାଗାରରୁ ବେଆଇନ ଭାବେ ୩.୧୩ କୋଟି ଟଙ୍କା କାରବାର ମାମଲାରେ ଆଜି ଝାଡଖଣ୍ଡ ହାଇକୋର୍ଟ ଲାଲୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଝାଡଖଣ୍ଡ ହାଇକୋର୍ଟର ଜଷ୍ଟିସ୍ ଉପରେଶ ସିଂଙ୍କ ଅଦାଲତ ଦୁମକା କୋଷାଗାର ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । ଅଦାଲତରେ କେସ ନମ୍ବର ଆରସି ୩୮ ମାମଲାର ଆଜି ଶୁଣାଣି ହୋଇଛି । ଦୁମକା କୋଷାଗାରରୁ ବେଆଇନ ଭାବେ ୩.୧୩ କୋଟି କୋଟି ଟଙ୍କା କାରବାର ମାମଲା ପୂର୍ବରୁ ଲାଲୁ ଯାଦବଙ୍କୁ ଚାଇଁବସା ଓ ଦେଓଘର ମାମଲାରେ ଜାମିନ ମିଳିସାରିଛି ।
କହିରଖୁ କି ଲାଲୁଙ୍କୁ ଜେଲରୁ ମୁକୁଳାଇବାକୁ ପ୍ରାଥନା କରି ତାଙ୍କ ଝିଅ ରାଗିଣୀ ଆଚାର୍ଯ୍ୟ ରୋଜା ରଖିଥିବା ବେଳେ ଲାଲୁଙ୍କ ବଡ ପୁଅ ତେଜପ୍ରତାପ ନବରାତ୍ରରେ ଦେବୀପୂଜା କରିଥିଲେ । ଏହା ବ୍ୟତୀତ ଲାଲୁଙ୍କ ସାନପୁଅ ତେଜସ୍ୱୀ ଯାଦବ ଦେଓଘର ଯାଇ ସେଠାରେ ଦେବ ଦର୍ଶନ କରି ବାପାଙ୍କୁ ମଙ୍ଗଳ କାମନା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/29-11.jpg)