କନକ ବ୍ୟୁରୋ : କିଛିବର୍ଷ ହେବ କିଡନୀ ରୋଗରେ ପୀଡିତ ଅଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ । ଏବେ ଲାଲୁଙ୍କର ଜୀବନ ବଞ୍ଚାଇବାକୁ ଅଣ୍ଟା ଭିଡିଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ । ରୋହିଣୀଙ୍କର ଏଭଳି ନିଷ୍ପତ୍ତି ଏବେ ଦେଶର ସମସ୍ତ ଝିଅମାନଙ୍କ ପାଇଁ ଆଦର୍ଶ ହେବାକୁ ଯାଉଛି ।
ସୂଚନା ମୁତାବକ ରୋହିଣୀ ଆଚାର୍ଯ୍ୟ ପିତା ଲାଲୁ ଯାଦବଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ହେଲେ ପ୍ରଥମରୁ ଲାଲୁ ଯାଦବ ରୋହିଣୀଙ୍କର ଏହି ନିଷ୍ପତ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ । ହେଲେ ରୋହିଣୀଙ୍କ ଜିଦ ଆଗରେ ଏବେ ହାର ମାନିଛନ୍ତି ଲାଲୁ ।
ସେପଟେ ଏକ ରିପୋର୍ଟ ମୁତାବକ ୨୦-୨୪ ନଭେମ୍ବର ମଧ୍ୟରେ ଲାଲୁ ଯାଦବ ସିଙ୍ଗାପୁର ଯାଉଛନ୍ତି । ଏହି ସମୟରେ ତାଙ୍କର କିଡନୀ ଟ୍ରାନ୍ସଫର ହେବ ବୋଲି କୁହାଯାଉଛି । ଲାଲୁଙ୍କ ଦ୍ୱିତୀୟ କନ୍ୟା ରୋହିଣୀ ବି ଏବେ ସିଙ୍ଗାପୁରରେ ରହୁଛନ୍ତି ।
କହିରଖୁ କି ଲାଲୁ ଯାଦବ ଏବେ ୫୬ ରୁ ଅଧିକ ରୋଗରେ ପୀଡିତ ଅଛନ୍ତି । ତାଙ୍କୁ ଦୀର୍ଘଦିନ ଧରି ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସା କରାଯିବା ପରେ କିଛିଦିନ ତଳେ ମେଡିକାଲରୁ ବାହାରକୁ ଅଣାଯାଇଥିଲା । ହେଲେ ତା ପୂର୍ବରୁ ବି ସେ ସିଂଗାପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇସାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/Capture-22.jpg)