କନକ ବ୍ୟୁରୋ: ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାଷ୍ଟ୍ରିୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ୯ଶହରୁ ଅଧିକ କୋଟି ଟଙ୍କାର ଗୋଖାଦ୍ୟ ଜାଲିଆତି ଏବଂ ଏହା ସମ୍ପର୍କିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ଟଙ୍କା ବେଆଇନ ଭାବେ ଉଠାଣ ମାମଲାରେ ଆଜି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ତାଙ୍କୁ କେଉଁ ଦଣ୍ଡ ମିଳିବ ତାହା ଏଯାଏଁ ନିର୍ଦ୍ଧାରିତ ହୋଇନାହିଁ ଆସନ୍ତା ୧୮ ତାରିଖରେ ଲାଲୁଙ୍କ ଦଣ୍ଡାଦେଶ ଘୋଷଣା ହେବ ବୋଲି କୋର୍ଟ କହିଛନ୍ତି ।
ସୂଚନା ମୁତାବକ, ଏହା ଗୋଖାଦ୍ୟ ଘୋଟାଲାର ଚତୁର୍ଥ ମାମଲାର ଶୁଣାଣି । ଏହା ପୂର୍ବରୁ ଅନ୍ୟ ୩ଟି ମାମଲାର ଶୁଣାଣି ହୋଇ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଛି । ଲାଲୁ ଜେଲରେ କିଛି କଟାଇବା ପରେ ଅସୁସ୍ଥତା କାରଣରୁ ଜାମିନ ପାଇ ଘରେ ରହୁଥିଲେ । ଏହି ଘଟଣାରେ ମୋଟ ୧୧୦ଜଣଙ୍କ ମାମଲା ଦାଏର ହୋଇଥିଲା । ବିଚାର ସମୟ ଅବଧି ମଧ୍ୟରେ ଏଥିରେ ପାଖାପାଖି ୫୦ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ଅନ୍ୟମାନେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୦୧ରେ ଲାଲୁ ଯାଦବଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା ଏବଂ ୨୦୦୫ରେ ଏହି ଚାର୍ଜ ଫ୍ରେମ ପ୍ରସ୍ତୁତ କରାଯାଇଥି
ସୂଚନା ମୁତାବକ, ଏହି ମାମଲାରେ ଦୋଷୀ ସବାସ୍ତ ହେବା ପରେ ଯଦି ଲାଲୁଙ୍କ ଯଦି ୩ ବର୍ଷ ବା ଏଥିରୁ କମ୍ ସମୟର ଜେଲ ଦଣ୍ଡାଦେଶ ହୁଏ ତେବେ ତାଙ୍କୁ ବେଲ ମିଳିଯିବ । କିନ୍ତୁ ଯଦି ଏହାଠାରୁ ଅଧିକ ସମୟ ପାଇଁ ଦଣ୍ଡାଦେଶ ହୁଏ ତେବେ ଲାଲୁଙ୍କୁ ହେଫାଜତରେ ନିଆଯିବ । ଏହା ବାଦ୍ ବର୍ତ୍ତମାନ ଲାଲୁଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲନଥିବାରୁ କୋର୍ଟ ଏନେଇ କ’ଣ ବିଚାର କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ।
Follow Us