ନୀତିଶ କୁମାରଙ୍କୁ ବଡ ଝଟକା ଦେବାକୁ ପ୍ରସ୍ତୁତ ହେଉଛି ଆରଜେଡି । ଜାଣନ୍ତୁ ମିଶନ-୧୬ ଉପରେ କେମିତି କାମ କରୁଛନ୍ତି ତେଜସ୍ୱୀ

343

କନକ ବ୍ୟୁରୋ : ବିହାରରେ ଜେଡିୟୁ ଓ ବିଜେପି ପୁଣିଥରେ ମିଳିତ ସରକାର ଗଠନ କରିପାରନ୍ତି । ଏହାରି ମଧ୍ୟରେ ଆରଜେଡି ତରଫରୁ ନୀତିଶ କୁମାରଙ୍କୁ ଏକ ବଡ ଝଟକା ଦେବାକୁ ଯୋଜନା କରୁଛି । ଆରଜେଡି ଭଲଭାବେ ବୁଝି ସାରିଛି ଯେ ସଂଖ୍ୟା ଗଣିତରେ ନୀତିଶଙ୍କୁ ଟକ୍କର ଦେବା ସମ୍ଭବ ନୁହେଁ । ତେଣୁ ସରକାର ଗଠନ କରିବା ଉପରେ ରୋକ୍ ଲଗାଇବାକୁ ଆରଜେଡି ଏକ ସ୍ୱତନ୍ତ୍ର ଯୋଜନା କରିଛି ।

ଆରଜେଡିରୁ ଯୋଜନା ରହିଛି କି ଫେବୃଆରୀ ୫ ରୁ ବିହାର ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିଧାନସଭା ଅଧିବେଶନ ଆରମ୍ଭରେ ନୀତିଶ କୁମାର ବିଶ୍ୱାସ ପ୍ରସ୍ତାବ ଆଣିବେ । ଠିକ୍ ଏହି ସମୟରେ ଆରଜେଡି ତରଫରୁ ଜେଡିୟୁର କିଛି ବିଧାୟକଙ୍କୁ ବିଧାନସଭାରେ ଅନୁପସ୍ଥିତ କରାଇବାକୁ ଯୋଜନା ଚାଲିଛି । ତାହା ନହେଲେ ଅତି କମରେ ୧୬ ଜଣ ଜେଡିୟୁ ବିଧାୟକ କିଭଳି ଇସ୍ତଫା ଦେବେ ତାହା ଉପରେ ଆରଜେଡି କାମ କରୁଛି । ଯଦି ୧୬ ଜଣ ଜେଡିୟୁ ବିଧାୟକ ଇସ୍ତଫା ଦେଉଛନ୍ତି ତେବେ ବିହାର ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୨୨୭କୁ ଆସିଯିବ ଓ ନୀତିଶଙ୍କ ସରକାର ଭାଙ୍ଗିଯିବ ।

୧୬ ଜଣ ବିଧାୟକଙ୍କ ଇସ୍ତଫା ପରେ ବିହାର ବିଧାନସଭାର ବିଧାୟକଙ୍କ ସଂଖ୍ୟା ୨୨୭ କୁ ଆସିଯିବ ଓ ବହୁମତ ପାଇଁ ୧୧୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡିବ । ୧୧୪ ବିଧାୟକଙ୍କ ସମର୍ଥନ ଆରଜେଡି ପାଖରେ ଥିବାରୁ ଆରଜେଡି ମେଣ୍ଟ ସରକାର ଗଠନ କରିପାରିବ ।

ଏଠି ପ୍ରଶ୍ନ ଉଠୁଛି ନୀତିଶ କୁମାର ସରକାର ଗଠନ କରିବାକୁ ଯାଉଥିବା ବେଳେ ତାଙ୍କ ଦଳର ୧୬ ଜଣ ବିଧାୟକ କାହିଁକି ଇସ୍ତଫା ଦେବେ । ଏହାର ଉତ୍ତର ହେଉଛି ଆଗାମୀ ୧ ବର୍ଷ ମଧ୍ୟରେ ବିହାରରେ ୪ଟି ନିର୍ବାଚନ ହେବାକୁ ଯାଉଛି । ଲୋକସଭା, ରାଜ୍ୟସଭା, ଏମଏଲସି ଓ ୨୦୨୬କୁ ବିଧାନସଭା ନିର୍ବାଚନ । ତେଣୁ ଜେଡିୟୁର ୧୬ ଜଣ ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଆରଜେଡି ଗେମ୍ ଖେଳିପାରେ ।