କନକ ବ୍ୟୁରୋ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆରଜେଡି ମୁଖ୍ୟ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ତାଙ୍କର ଆରୋଗ୍ୟ କାମନା କରି ଝିଅ ରୋହିନୀ ଇମୋସନାଲ ପୋଷ୍ଟ କରିଛନ୍ତି ।

Advertisment

 ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଛି । ଏହାସହ ସେ ଘର ସିଡିରୁ ଖସିଯିବାରୁ ତାଙ୍କ କାନ୍ଧ ହାଡ ଭାଙ୍ଗିଯିବା ସହ ଅବସ୍ଥା ଗୁରୁତର ହୋଇପଡିଛି । ଫଳରେ ତାଙ୍କୁ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟା ଏକ ଭାବପ୍ରବଣ ପୋଷ୍ଟ କରିବା ସହ ଲାଲୁଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଆଜି ଆରଜେଡିର ପ୍ରତିଷ୍ଠା ଦିବସ । ହେଲେ ଲାଲୁ ଯାଦବ ହସ୍ପିଟାଲରେ ଥିବାରୁ ଏହି ଦିବସ ପାଳନର ସମସ୍ତ ଦାୟିତ୍ୱ ପୁଅ ତେଜସ୍ୱୀ ଯାଦବ ଓ ପାର୍ଟି କର୍ମକର୍ତ୍ତାମାନେ ପାଳନ କରୁଛନ୍ତି ।