ଲାଲୁଙ୍କୁ ମିଳିଲା ୫ ଦିନିଆ ବେଲ୍ ! ପୁଅଙ୍କ ବିବାହରେ ଯୋଗ ଦେବା ପାଇଁ ଲାଲୁଙ୍କୁ ମିଳିଲା ବେଲ୍ ।

49

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କର ପୁଅ ତେଜ ପ୍ରତାପଙ୍କ ବିବାହରେ ସାମିଲ ହେବା ଲାଗି ୫ଦିନର ସର୍ତ୍ତମୂଳକ ଜାମିନ ମଂଜୁର କରାଯାଇଛି । ଲାଲୁଙ୍କୁ ଏବେ ରାଂଚିର ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତେଜପ୍ରତାପଙ୍କ ନିର୍ବନ୍ଧରେ ସାମିଲ ହୋଇ ପାରିନଥିଲେ । ତେଜପ୍ରତାପ ୧୨ ମଇରେ ଐଶ୍ୱର୍ଯ୍ୟା ରାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ତେଜ ପ୍ରତାପ ଏବଂ ଐଶଙ୍କ ନିର୍ବନ୍ଧ ପାଟନାର ଏକ ହୋଟେଲରେ ହୋଇଥିଲା । ଏବେ ଦୁହିଁଙ୍କ ବିବାହର ପ୍ରସ୍ତୁତି ଖୁବ ଜୋରରେ ଚାଲିଛି । ଲଗାତାର ବନ୍ଧୁବାନ୍ଧବଙ୍କୁ ବିବାହ କାର୍ଡ ବଂଣ୍ଟନ କରାଯାଉଛି । ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ହାରାହାରି ୨୭ ବର୍ଷର ଜେଲ ଦଣ୍ଡ ଭୋଗ କରୁଛନ୍ତି । ଏହି କାରଣରୁ ସେ ତାଙ୍କ ପୁଅ ନିର୍ବନ୍ଧରେ ସାମିଲ ହୋଇ ପାରିନଥିଲେ । ଲାଲୁ ଏବେ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ତେଣୁ ଅନେକ ଦିନ ଧରି ସେ ଏମ୍ସରେ ଭର୍ତ୍ତି ଥିଲେ କିନ୍ତୁ ବର୍ତ୍ତମାନ ସେ ଏବେ ରାଂଚିର ଏକ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି।ଲାଲୁଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ । ଡାକ୍ଟରଙ୍କ କହିବା ମୁତାବକ ଲାଲୁ ପ୍ରସାଦଙ୍କ ଶରୀର ଏବେ ସୁସ୍ଥ ହେବାରେ ଲାଗିଛି । ତାଙ୍କର ରକ୍ତଚାପ ଏବଂ କ୍ରିଏଟିନିନ ଏବେ ସାଧାରଣ ହେବାରେ ଲାଗିଛି ଏବଂ ଗୋଡ ଫୁଲା ମଧ୍ୟ କମିଛି । ଲାଲୁଙ୍କ ଡିସଚାର୍ଜ ପରେ ହିଁ ତାଙ୍କର ଚିକିତ୍ସା କରୁଥିବା ମେଡିକାଲ ଟିମ ଖୁବ ଶୀଘ୍ର ଶେଷ ନିଷ୍ପତ୍ତି ନେବେ ।