ମୌସୁମ ପୂର୍ବରୁ ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟିର ପରାମର୍ଶ; ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ

782

କନକ ବ୍ୟୁରୋ: ମୌସୁମ ପୂର୍ବରୁ ଜୁନ୍ ମାସରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଏଥିପାଇଁ ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ । ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ । କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଂଟ୍ରୋଲ ରୁମ୍ ଖୋଲାଯାଇଛି । ତେବେ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି ବୋଲି । ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ । ହଳଦିଆ ରଙ୍ଗର ହେଲେ ବିପଦ ନାହିଁ ।

ଅନ୍ୟପଟେ, ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ କହିଛି ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ । ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର । ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ଚତେନ ଅଛନ୍ତି । କଂଟ୍ରୋଲ ରୁମ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି । ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତନ ଉପରେ ସବୁକିଛି ନିର୍ଭର କରୁଛି । ତେଣୁ ପଙ୍ଗପାଳ ଆସିବେ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ମୁଥୁ କୁମାର ।