ବି.କମ୍ ପରୀକ୍ଷା ଦେବେ ପ୍ରଭୁ ଗଣେଶ! ସାମ୍ନାକୁ ଆସିଲା ଗଣପତିଙ୍କ ଆଡମିଟ କାର୍ଡ

ବି.କମ୍ ପରୀକ୍ଷା ଦେବେ ପ୍ରଭୁ ଗଣେଶ! ସାମ୍ନାକୁ ଆସିଲା ଗଣପତିଙ୍କ ଆଡମିଟ କାର୍ଡ

image courtesy-http://media2.intoday.in

କନକ ବ୍ୟୁରୋ : ପରୀକ୍ଷା ହଲରେ ବସିବେ ପ୍ରଭୁ ଗଣେଶ । ବିହାରର ଦରଭଙ୍ଗାସ୍ଥିତ ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟରେ ବି.କମ୍ ଅନର୍ସର ପ୍ରଥମ ବାର୍ଷିକ ପରୀକ୍ଷା ଦେବାକୁ ଯାଉଛନ୍ତି ଗଣପତି ବପ୍ପା ।ଏନେଇ ଆଡମିଡ କାର୍ଡ ମଧ୍ୟ ପ୍ରସ୍ତୁତ ଅଛି । କେବଳ ଅପେକ୍ଷା ପରୀକ୍ଷା ସମୟକୁ ।କଥାଟା ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ସତ ।

ଆଗାମୀ ୯ ତାରିଖରେ ବିହାରର ଲଳିତ ନାରାୟଣ ମିଥିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ ଜୋରସୋରରେ ପାଠପଢାରେ ଲାଗିଛନ୍ତି । ପରୀକ୍ଷା ପୂର୍ବରୁ କିନ୍ତୁ ଏକ ମଜାଦାର ଘଟଣା ଘଟିଛି । ଆଗାମୀ ପରୀକ୍ଷା ପାଇଁ ବୁଧବାର ଦିନ ବିଶ୍ୱବିଦ୍ୟାଳୟ ତରଫରୁ ଆଡମିଟ କାର୍ଡ ଇସ୍ୟୁ କରାଯାଇଥିିଲା । ତେବେ ଆଡମିଟ କାର୍ଡ ପାଇଁ ଯାଇଥିବା କୃର୍ଷ୍ଣ କୁମାର ରାୟ ନାମକ ଛାତ୍ର ନିଜ ଆଡମିଟ କାର୍ଡକୁ ଦେଖି ଆଶ୍ଚଯ୍ୟ ହୋଇଯାଇଛନ୍ତି । ଆଡମିଟ କାର୍ଡରେ ନିଜ ଫଟୋ ବଦଳରେ ବିଘ୍ନ ବିନାଶକ ଗଣପତିଙ୍କ ଫଟୋ ଦେଖି ସେ କାବା ହୋଇ ଯାଇଥିଲେ । ଆଡମିଟ କାର୍ଡରେ କେବଳ ଫଟୋ ଭୁଲ ନଥିଲା ସ୍ୱାକ୍ଷର ମଧ୍ୟ ଭୁଲ ରହିଥିଲା । ଛାତ୍ରଙ୍କ ସ୍ୱାକ୍ଷର ସ୍ୱାକ୍ଷର ପରିବର୍ତ୍ତେ ଆଡମିଟ କାର୍ଡରେ ରହିଥିଲା ଗଣପତିଙ୍କ ସ୍ୱାକ୍ଷର ।

universityଆଡମିଟ କାର୍ଡରେ କେବଳ ଫଟୋ କିମ୍ବା ସ୍ୱାକ୍ଷର ଭୁଲ ନଥିଲା ଏପରିକି ତାଙ୍କ ଠିକଣା ମଧ୍ୟ ଭୁଲ ଛପା ଯାଇଥିଲା । ବିଶ୍ୱବିଦ୍ୟାଳୟ କିପରି ଭାବେ ଏଭଳି ଗୁରୁତର ତ୍ରୁଟି କଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୃଷ୍ଣ ।ଏହି ଘଟଣା ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି ।ଏ ଘଟଣା ସମ୍ପର୍କରେ କୃଷ୍ଣ କହିଛନ୍ତି,ମୁଁ ମୋ ଫଟୋ ସହ ପରୀକ୍ଷା ଫର୍ମ ଠିକ୍ ରୂପେ ପୂରଣ କରିଥିଲି। କିନ୍ତୁ, ଆଡମିଟ୍ କାର୍ଡରେ ଗଣେଶଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ।। ଗଣେଶ କ’ଣ ପରୀକ୍ଷା ଦେବେ? ଆଡମିଟ୍ କାର୍ଡ ସଂଶୋଧନ କରାଇବା ପାଇଁ ମୁଁ ଏଠୁ ସେଠିକି ଧାଁ ଦଉଡ଼ କରୁଛି, କିନ୍ତୁ କେହି ମୋ କଥା ଶୁଣୁ ନାହାନ୍ତି।

monalishaଚଳିତବର୍ଷ ଜାନୁଆରି ମାସରେ ବିହାର ଷ୍ଟାଫ ସିଲେକସନ କମିସନ ପରୀକ୍ଷାରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ବିହାର ବୋର୍ଡ ଜଣେ ଛାତ୍ରୀଙ୍କ ଆଡମିଟ କାର୍ଡରେ ଭୋଜପୁରୀ ଚଳଚ୍ଚିତ୍ର ନାୟିକା ମୋନାଲିସାଙ୍କ ଟପଲେସ ଫଟୋ ରହିଥିଲା । ସେତେବେଳେ ଏହି ଘଟଣାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe