କନକ ବ୍ୟୁରୋ : ଭାଙ୍ଗିଗଲା କି ସମ୍ପର୍କ ? ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦି ଏବଂ ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ନେଇ ଚର୍ଚ୍ଚା । ଏହି ନୂତନ ଚର୍ଚ୍ଚାର କାରଣ  ହେଉଛି ଇନଷ୍ଟାଗ୍ରାମରେ ଲଲିତ ମୋଦି ସୁସ୍ମିତା ସେନଙ୍କ ନାମକୁ ହଟାଇ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବାୟୋରେ କେବଳ ଆଇପିଏଲ୍ ପ୍ରତିଷ୍ଠାତା ଏବଂ ମୁନ୍‌ ଲେଖାଯାଇଛି । ଏହା ଦେଖି ୟୁଜର୍ସ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Advertisment

publive-image

ଜୁଲାଇ ୧୪ରେ ଲଲିତ ମୋଦୀ ଘୋଷଣା କରିଥିଲେ ଯେ ସେ ସୁସ୍ମିତା ସେନ୍‌ଙ୍କୁ ଡେଟ୍‌ କରୁଛନ୍ତି । ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ସେୟାର କରି ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ । ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଡିପିରେ ସୁସ୍ମିତାଙ୍କ ସହ ତାଙ୍କ ଫଟୋ ରଖିଥିଲେ । ସେ ତାଙ୍କର ଇନଷ୍ଟାଗ୍ରାମ ବାୟୋକୁ ମଧ୍ୟ ବଦଳାଇଥିଲେ ।

ସେଥିରେ ସେତେବେଳେ ଲେଖାଥିଲା ଯେ ‘ଆଇପିଲ୍‌ ଟି-୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପ୍ରତିଷ୍ଠାତା ଶେଷରେ ସ୍ମିତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କଲେ।’ ତେବେ ସୋମବାର ଲଲିତ ମୋଦି ନିଜର ଇନଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଛନ୍ତି ଏବଂ ସୁସ୍ମିତାଙ୍କ ନାମକୁ ମଧ୍ୟ ହଟାଇ ଦେଇଛନ୍ତି । ତେଣୁ ସେମାନଙ୍କ ବିଚ୍ଛେଦ ଗୁଜବ ସତ୍ୟ ହୋଇପାରେ ବୋଲି କୁହାଯାଉଛି ।