ଅକ୍ଷୟ ତୃତୀୟାରେ ଅଳଙ୍କାର ବିକ୍ରି ଉପରେ ଗୁରୁତ୍ୱ ନଦେଇ ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଲେ ଲାଲଚାନ୍ଦ ଅଧକ୍ଷ୍ୟ ସଞ୍ଜୟ ହଂସ

ଅକ୍ଷୟ ତୃତୀୟାରେ ଅଳଙ୍କାର ବିକ୍ରି ଉପରେ ଗୁରୁତ୍ୱ ନଦେଇ ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଲେ ଲାଲଚାନ୍ଦ ଅଧକ୍ଷ୍ୟ ସଞ୍ଜୟ ହଂସ

କନକ ବ୍ୟୁରୋ: ଜଣେ ବିରଳ ସଫଳ ଉଦ୍ୟୋଗୀ ଭାବେ ସଞ୍ଜୟ ହଂସଙ୍କ ଦକ୍ଷତା କାହାକୁ ଅଛପା ନୁହେଁ। ତେବେ କର୍ପୋରେଟ୍ ସାମାଜିକ ଦାୟିତ୍ବ ନିର୍ବାହ କ୍ଷେତ୍ରରେ ତାଙ୍କର ଉତ୍କର୍ଷତା ବ୍ୟାବସାୟିକ ପରିସରରେ ଲାଲଚାନ୍ଦ ଜୁଏଲର୍ସର ସତ୍ବାଧିକାରୀ ସଞ୍ଜୟ ହଂସଙ୍କ ପାଇଁ ଆଣିଛି ଏକ ଭିନ୍ନ ପରିଚୟ। ଆଉ ଏହି ଦାୟିତ୍ବ ସେ ଅତ୍ୟନ୍ତ ସ୍ୱାଭାବିକ ଭାବେ ନିର୍ବାହ କରିଥାଆନ୍ତି ବୋଲି ତାଙ୍କର ବନ୍ଧୁବର୍ଗ ଏବଂ କର୍ମଚାରୀମାନେ ମତ ଦିଅନ୍ତି। ଏ ପ୍ରସଙ୍ଗରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସଞ୍ଜୟଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ କହନ୍ତି, ‘ସେ ଏମିତି ଜଣେ ବ୍ୟବସାୟୀ ଯିଏକି ଗ୍ରାହକମାନଙ୍କୁ ନିଜ ପରିବାର ସଦସ୍ୟ ଭଳି ବିବେଚନା କରନ୍ତି। ସେମାନଙ୍କ ସୁଖଦୁଃଖରେ ସହଭାଗୀ ହୋଇଥାଆନ୍ତି । କେବଳ କଥାରେ ନୁହେଁ, ଏହାକୁ ନିଜ କାମରେ ମଧ୍ୟ ସେ ସବୁ ସମୟରେ ପ୍ରତିଫଳିତ କରିଥାଆନ୍ତି।’

ବର୍ତ୍ତମାନ ସମଗ୍ର ବିଶ୍ବ କରୋନା ଭାଇରସ୍ ବା କୋଭିଡ-୧୯ ମହାମାରୀର କବଳିତ ହୋଇ ତାଲାବନ୍ଦ ଅବସ୍ଥାରେ ଥିବା ବେଳେ ଶ୍ରୀ ହଂସ ତାଙ୍କର ସାମାଜିକ ଦାୟିତ୍ବବୋଧର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଅକ୍ଷୟ ତୃତୀୟା ଅବସରରେ ବହୁ ଜୁଏଲାରି ସଂସ୍ଥା ନିଜର ଉତ୍ପାଦକୁ ଅନଲାଇନରେ ବିକ୍ରୟ କରୁଥିବା ବେଳେ ଲାଲଚାନ୍ଦ ଜୁଏଲର୍ସ କିନ୍ତୁ ଏପରି କରିନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଶ୍ରୀ ହଂସ। ଏହାର କାରଣ ସ୍ପଷ୍ଟକରି ସେ କହିଛନ୍ତି, ‘ଏହି ପରିସ୍ଥିତି କେତେ ଦିନ ପର୍ଯ୍ୟନ୍ତ ଜାରି ରହିବ ସେ ବିଷୟରେ କୌଣସି ସୂଚନା ନାହିଁ। ତେଣୁ, ମୁଁ ମୋର କର୍ମଚାରୀ ଏବଂ ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଲି ଏବଂ ଅନଲାଇନ୍ ବ୍ୟବସାୟରେ ପ୍ରବେଶ କରିବି ନାହିଁ ବୋଲି ସ୍ଥିର କଲି।’

ଗ୍ରାହକଙ୍କ ଉଦ୍ଦେଶ୍ୟରେ ସଞ୍ଜୟ ହଂସ କହିଛନ୍ତି, ‘ମୁଁ ମୋର ସମସ୍ତ ଗ୍ରାହକଙ୍କୁ ନିଶ୍ଚିତ କରିବାକୁ ଚାହେଁ ଯେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଯେତେବେଳେ ଆମର ଶୋ’ରୁମ୍ ଖୋଲିବ ଓ କୌଣସି ସ୍ବାସ୍ଥ୍ୟଗତ ବିପଦ ନ ଥାଇ ଆପଣମାନେ ସୁରକ୍ଷିତ ଭାବରେ କିଣାକିଣି କରିବେ, ସେତେବେଳେ ଲାଲଚାନ୍ଦ ଜୁଏଲର୍ସ ଏହାର ସର୍ବୋତ୍ତମ ଅଫର ଆପଣମାନଙ୍କ ଲାଗି ଉପସ୍ଥାପିତ କରିବ । ଆଉ ଏହା ଅସଲରେ ‘ବଜାରରେ ସର୍ବୋତ୍ତମ’ ହେବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି।’

publive-image

ଲକଡାଉନ୍ ନିୟମ ଲାଗୁ କରିବା ଏବଂ ମାରାତ୍ମକ କରୋନା ଭୂତାଣୁ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ଅହରହ କାମ କରୁଥିବା ପୁଲିସ କର୍ମଚାରୀ, ପ୍ରଶାସନିକ କର୍ମଚାରୀ ଏବଂ ଗଣମାଧ୍ୟମକର୍ମୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି ଲାଲଚାନ୍ଦ ଗ୍ରୁପର ପ୍ରତିଷ୍ଠାତା-ଅଧ୍ୟକ୍ଷ ସଞ୍ଜୟ ହଂସ। ଏଥି ସହିତ ସେ ଆଶା ପ୍ରକାଶ କରିଛନ୍ତି ଯେ ଓଡ଼ିଶାବାସୀ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରି ଏବଂ ସ୍ୱଚ୍ଛତା ପରାମର୍ଶବଳୀ ଅନୁସରଣ କରି ସମଗ୍ର ଦେଶ ସାମ୍ନାରେ ଏକ ଉଦାହରଣ ପ୍ରସ୍ତୁତ କରନ୍ତୁ, ଠିକ ଯେପରି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କ୍ଷେତ୍ରରେ ଅବଶିଷ୍ଟ ଭାରତ ଲାଗି ଉଦାହରଣ ସାଜିଛନ୍ତି ।

ସେତିକି ନୁହେଁ, ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ ତଥା ବିଶ୍ବସନୀୟ ବ୍ୟାବସାୟିକ ବ୍ୟକ୍ତିତ୍ବ ଭାବେ ଶ୍ରୀ ହଂସ ନିଜ ରାଜ୍ୟ ତଥା ଦେଶର ମଙ୍ଗଳ ଲାଗି କେତେ ଯତ୍ନବାନ୍ ଓ କେତେ ଚିନ୍ତିତ ତାହାର ଏକ ନିଚ୍ଛକ ଉଦାହରଣ ବହନ କରୁଛି, ତାଙ୍କର ଏହି ପଦକ୍ଷେପ ଓ ନିଷ୍ପତ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe