କନକ ବ୍ୟୁରୋ : କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲ ଯିବାକୁ ନାରାଜ ଆକ୍ରାନ୍ତ । ଖଡବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ପରେ ଏହି ଅଂଚଳରୁ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ କଟକ ମହାନଗର ନିଗମ ପକ୍ଷରୁ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାକୁ ଉଦ୍ୟମ କରାଯାଇଥିଲା । ହେଲେ ଏଥିରେ ହସ୍ପିଟାଲକୁ ଆକ୍ରାନ୍ତ ନାରାଜ ହେବା ସହିତ ଅଂଚଳର କିଛି ବ୍ୟକ୍ତି ଏକଜୁଟ ହୋଇ ଏହାକୁ ବିରୋଧ କରିଥିଲେ ।
ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଲାଲବାଗ ଥାନା ଘଟଣା ସ୍ଥଳରେ ପହଚିଂ ମହାମାରୀ ଆଇନ ଅନୁଯାୟୀ , କଣ୍ଟେନମେଣ୍ଟ ଜୋନ ନିୟମ ଉଂଲଘନ କରିଥିବା ଅଭିଯୋଗରେ ୧୦୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/7-25.jpg)