ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ । ଶେଷ ମୁହୂର୍ତ୍ତରେ ବାତିଲ କଲେ ନିଜ ଗସ୍ତ, ଜାଣନ୍ତୁ କାରଣ କଣ?

8,818

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ । ପ୍ରବଳ ଥଣ୍ଡା ଓ ଖରାପ ପାଗ ପାଇଁ ନିଜର ଅଯୋଧ୍ୟା ଗସ୍ତକୁ ରଦ୍ଦ କରିଛନ୍ତି ଆଡଭାନୀ । ଏବେ ଆଡଭାନୀଙ୍କୁ ୯୬ ବର୍ଷ ବୟସ । ତେଣୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ଏହାପୂର୍ବରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଲାଲକୃଷ୍ଣ ଆଡଭାନୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ଆଡଭାନୀ ମଧ୍ୟ ନିଜର ଖୁସି ବ୍ୟକ୍ତ କରିଥିଲେ ଏବଂ ସେଠାରେ ଉପସ୍ଥିତ ରହିବା ନେଇ ସ୍ପଷ୍ଟ କରିଥିଲେ । ଏହା କେଉଁ ଜନ୍ମର ପୂଣ୍ୟ ଯେ ଏହି ଜନ୍ମରେ ତାହାର ଫଳ ମିଳୁଛି । ତେବେ ପ୍ରବଳ ଶୀତ ଲହରି କାରଣରୁ ନିଜର ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ଲାଲକୃଷ୍ଣ ଆଡଭାନୀ ।