କେବଳ ପୁଅ ମୁହଁରେ ଦାନା ମୁଠେ ଦେବା ପାଇଁ…ପ୍ଲାଟଫର୍ମରୁ ପ୍ଲାଟଫର୍ମ ବୁଲି ଲୋକଙ୍କର ବୋଝ୍ ବୋହୁଛି ମାଆ

313

ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ’ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କ‌ହ‌ନ୍ତି ଆଉ ହଁ ଏଇଟା ବି ସତ । ମା’-ଏଇ ଗୋଟିଏ ଅକ୍ଷର ଭିତରେ ନିହିତ ରହିଛି ସବୁ ଶକ୍ତି। ସନ୍ତାନ ପାଇଁ ସବୁ ସୁଖସ୍ବାଚ୍ଛନ୍ଦ୍ୟକୁ ନିର୍ବିକାରରେ ବଳି ଦେଇଥାଏ। ସନ୍ତାନର ଦୁଃଖରେ ତା’ର ଆଖିରୁ ଲୁହ ଝରେ, ସନ୍ତାନର ସୁଖରେ ସେ ସୁଖୀ ହୋଇଥାଏ। ମାଆର ପଣତକାନି ତଳେ ଆଶ୍ରା ନେଇଥିବା ସନ୍ତାନକୁ ଇନ୍ଦ୍ରଙ୍କର ଶକ୍ତିଶାଳୀ ବଜ୍ର ମଧ୍ୟ କିଛି କ୍ଷତି କରିପାରି ନଥାଏ ବୋଲି କୁହାଯାଏ। ଖାଲି ମାଆ ନୁହେଁ ମାଆ ସ‌ହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । କିନ୍ତୁ ଆଜିର ଏହି ସ୍ୱାର୍ଥପର ସମାଜରେ ନିଜର ଜନ୍ମକଲା ବାପାମାଆଙ୍କୁ ବି ଭୁଲି ଯାଉଛନ୍ତି । ଟଙ୍କା ପାଇଁ କିଏ ବାପାମାଆଙ୍କୁ ଘରୁ ତଡି ଦେଲାଣି ତ ପୁଣି କିଏ ଜୀବନରୁ ମାରି ଦେଲାଣି । ହେଲେ ତଥାପି ବାପାମାଆଙ୍କ ପାଟିରୁ କେବେ ନିଜ ସନ୍ତାନ ପାଇଁ ଅଭିଶାପ ବାହାରେ ନାହିଁ ବରଂ ଆଶୀର୍ବାଦ ବାହାରି ଥାଏ ।  ଆଜି ଆମେ ଆପଣଙ୍କୁ ଏଭଳି ହିଁ ଜଣେ ମାଆର କାହାଣୀ କହିବୁ ଯିଏକି ନିଜେ ପର ବୋଝକୁ ହସି ହସି ବୋହି ଚାଲିଛି କେବଳ ତାର ପୁଅର ଖୁସି ପାଇଁ । ପୁଅର ପାଠପଢାରେ କାଳେ ଅର୍ଥ ବାଧକ ସାଜିବ ସେଥିପାଇଁ ସବୁକିଛି କଷ୍ଟ ଭୁଲି ମୁଣ୍ଡରେ ଲୋକଙ୍କର ବଡ ବଡ ବ୍ୟାଗ ବୋଝ୍ ବୋହି ଟଙ୍କା ରୋଜଗାର କରୁଛନ୍ତି ।

ମୁଣ୍ଡରେ ବଡ ବଡ ବୋଝ୍ ବୋହି ଯାଉଥିବା ଏହି ମହିଳା ଜଣକଙ୍କର ନାଁ ହେଉଛି ଲକ୍ଷ୍ମୀ । ଚଳିତ ବର୍ଷ ଜୁଲାଇ ମାସରେ କୌଣସି କାରଣରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଥିଲା । ତେବେ ସ୍ୱାମୀଙ୍କର ମୃତ୍ୟୁ ପରେ ଏବେ ପୂରା ପରିବାରର ବୋଝ ଏବେ ଲକ୍ଷ୍ମୀଙ୍କ କାନ୍ଧରେ । ତେବେ ଲକ୍ଷ୍ମୀଙ୍କ କୁଲି କାମ କରନ୍ତି । ଆଉ ସେଥିରୁ ଯାହା ରୋଜଗାର କରନ୍ତି ସେଥିରେ ତାଙ୍କର ପୂରା ପରିବାର ଦୁଃଖେ କଷ୍ଟେ ଚଳିଯାଆନ୍ତି । କିନ୍ତୁ ସ୍ୱାମୀ ଚାଲିଗଲା ଏବେ ପରିବାରର ଦାୟିତ୍ୱ ଏବେ ଲକ୍ଷ୍ମୀଙ୍କ ଉପରେ ।ତେବେ ପରିବାର ଚଳାଇବା ପାଇଁ ଏବଂ ପିଲାକୁ ପାଠପଢାଇ ମଣିଷ କରିିବା ପାଇଁ ଲକ୍ଷ୍ମୀ ମଧ୍ୟ ସ୍ୱାମୀଙ୍କ ବୃତ୍ତିକୁ ହସି ହସି ଆପଣେଇ ନେଇଛନ୍ତି ଆଉ ରେଳ ଷ୍ଟେସନରେ ବୁଲି ବୁଲି ଲୋକଙ୍କର ବୋଝ୍ ବୋହି ପରିବାରର ପେଟ ପୋଷୁଛନ୍ତି ।

ଲକ୍ଷ୍ମୀ ପ୍ଲାଟ୍‌ଫର୍ମରୁ ପ୍ଲାଟଫର୍ମ ବୁଲି ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗ୍‌ ଉଠାଇବାକୁ କହିଥାନ୍ତି। ଯାତ୍ରୀମାନଙ୍କ ବ୍ୟାଗ୍‌ ମୁଣ୍ଡାଇ ସେ ଯେତିକି ଟଙ୍କା ରୋଜଗାର କରନ୍ତି ସେତିକିରେ ପରିବାର ପୋଷନ୍ତି ।  ଲକ୍ଷ୍ମୀଙ୍କର ୮ ବର୍ଷର ଏକ ପୁଅ ଅଛି। ସେ ତାଙ୍କ ପୁଅକୁ ଭଲ ଜୀବନ ଦେବା ପାଇଁ ତାଙ୍କ ସ୍ୱାମୀ କରୁଥିବା କାମକୁ ନିଜେ କରି ଟଙ୍କା ରୋଜଗାର କରିବାର ନିଷ୍ପତ୍ତି ନେଇଥିବା କଥା କହିଛନ୍ତି। ଲକ୍ଷ୍ମୀକହିଛନ୍ତି କି ମାଆ ପୁଅଙ୍କ ପେଟ ପୋଷି ହେବା ପାଇଁ ଅନ୍ୟ କୌଣସି ବାଟ ନଥିଲା। ଆଉ କୁଲି କାମ କରି ଦିନକୁ ୫୦ରୁ ୧୦୦ ଟଙ୍କା ରୋଜଗାର ହୋଇଯାଏ । ସେଥିରେ ଆମେ ମାଆ ପୁଅ ବେଶ୍ ଖୁସିରେ ଚଳିଯାଉଛୁ ।