ଲକ୍ଷ୍ମୀ ବସରେ ସିଟ୍ ପାଇଁ ଠେଲାପେଲା । କିଏ ଝରକା ବାଟେ ପଶୁଛି, କିଏ ଭିଡ଼ ଠେଲି ଆଗକୁ ଯାଉଛି

ଲକ୍ଷ୍ମୀ ବସରେ ସିଟ୍ ପାଇଁ ଠେଲାପେଲା । କିଏ ଝରକା ବାଟେ ପଶୁଛି, କିଏ ଭିଡ଼ ଠେଲି ଆଗକୁ ଯାଉଛି

କନକ ବ୍ୟୁରୋ : ଲକ୍ଷ୍ମି ବସରେ ବସିବା ପାଇଁ ଠେଲାପେଲା । ବସରେ ଚଢ଼ିବାକୁ ରୀତିମତ ପ୍ରତିଯୋଗିତା ଚାଲିଛି । କିଏ ଝରକା ବାଟେ ବସ୍ ମଧ୍ୟରେ ପଶିଯାଉଛି ଯେ, ଆଉ କିଏ ସିଟ ପାଇବାକୁ ଭିଡ଼କୁ ଠେଲି ଆଗକ ଯିବାକୁ ଚେଷ୍ଟା କରୁଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆସିଛି ଏଭଳି ଦୃଶ୍ୟ ।

ସକାଳୁ ସକାଳୁ ଚିତ୍ରକୋଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରିମାନେ ଠେଲାପେଲା ହୋଇ ବସ୍ରେ ଚଢୁ ଥିବାର ଚିତ୍ର ଦେଖିବାକୁ ମିଳିଛି । ବସ୍ଟି ଠିକ ସମୟରେ ପହଂଚି ନଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳଥିଲା । ମଙ୍ଗଳବାର ଚିତ୍ରକୋଣ୍ଡା ଠାରୁ ପଣସପୁଟକୁ ଯାଉଥିବା ଲକ୍ଷ୍ମି ବସ୍ଟି କୌଣସି କାରଣରୁ ବସ ଷ୍ଟାଣ୍ଡକୁ ବିଳମ୍ବରେ ପହଂଚିଥଲା । ଆଉ ସେତେବେଳେ ଏମିତି ଭିଡ଼ ଦେଖିବାକୁ ମିଳିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe