କନକ ବ୍ୟୁରୋ : ଲକ୍ଷ୍ମି ବସରେ ବସିବା ପାଇଁ ଠେଲାପେଲା । ବସରେ ଚଢ଼ିବାକୁ ରୀତିମତ ପ୍ରତିଯୋଗିତା ଚାଲିଛି । କିଏ ଝରକା ବାଟେ ବସ୍ ମଧ୍ୟରେ ପଶିଯାଉଛି ଯେ, ଆଉ କିଏ ସିଟ ପାଇବାକୁ ଭିଡ଼କୁ ଠେଲି ଆଗକ ଯିବାକୁ ଚେଷ୍ଟା କରୁଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆସିଛି ଏଭଳି ଦୃଶ୍ୟ ।
ସକାଳୁ ସକାଳୁ ଚିତ୍ରକୋଣ୍ଡା ବସ୍ ଷ୍ଟାଣ୍ଡରେ ଯାତ୍ରିମାନେ ଠେଲାପେଲା ହୋଇ ବସ୍ରେ ଚଢୁ ଥିବାର ଚିତ୍ର ଦେଖିବାକୁ ମିଳିଛି । ବସ୍ଟି ଠିକ ସମୟରେ ପହଂଚି ନଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳଥିଲା । ମଙ୍ଗଳବାର ଚିତ୍ରକୋଣ୍ଡା ଠାରୁ ପଣସପୁଟକୁ ଯାଉଥିବା ଲକ୍ଷ୍ମି ବସ୍ଟି କୌଣସି କାରଣରୁ ବସ ଷ୍ଟାଣ୍ଡକୁ ବିଳମ୍ବରେ ପହଂଚିଥଲା । ଆଉ ସେତେବେଳେ ଏମିତି ଭିଡ଼ ଦେଖିବାକୁ ମିଳିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/11/5-3.jpg)