କନକ ବ୍ୟୁରୋ: ଢେଙ୍କାନାଳରେ ଧୁମଧାମରେ ପାଳନ ହେଉଛି ମା’ଲକ୍ଷ୍ମୀଙ୍କର ପୁଜା । ଆଉ ଏହାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ସକାଳେ ମା’ଙ୍କ ମଂଗଳ ଆଳତୀ , ସୁର୍ଯ୍ୟ ପୂଜା, ଷୋଡଶଉପଚାରଅନୁଷ୍ଠିତ ହୋଇଥିଲା । ସେହିପରି ଅପରାହ୍ନରେ ମା’ଙ୍କୁ ଶଂଖୂଡି ଭୋଗଲାଗି ହୋଇଛି ।
ସେହିପରି ପବିତ୍ର ଲକ୍ଷ୍ମୀ ପୂଜାକୁ ନେଇ ଜଗତସିଂହପୁର ଜିଲ୍ଲାରେ ଭକ୍ତିର ମାହୋଲ ସୃଷ୍ଟି ହୋଇଛି । ଚଳିତବର୍ଷ ନବାପାଟଣା ଗାଁରେ ୨୨ଟି ମେଢ ହୋଇଥିବା ବେଳେ ପୂଜାର ମାହୋଲ ବଢୁଥିବାର ଦେଖିବାକୁ ମିଳିଛି । ପ୍ରାୟ ୧୦୦ ବର୍ଷରୁ ଅଧିକ ହେବ ଏଠାରେ ଲକ୍ଷ୍ମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଆସୁଛି ।
ବହୁ ବର୍ଷ ପୂର୍ବରୁ ଗାଁରେ ହଇଜା ବ୍ୟାପି ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିଲା ଆଉ ସେହିଦିନଠାରୁ ଗାଁରେ ବ୍ୟାପି ଥିବା ହଇଜା କବଳରୁ ରକ୍ଷା ପାଇବା ପାଇଁ ଏଠାରେ ପୂଜା ଆରମ୍ଭ ହୋଇଥିଲା । ତେବେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-09-at-6.02.11-PM.png)