କନକ ବ୍ୟୁରୋ: ବହୁ ବାଦ ବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ । ଘରୋଇ ବସ ଓ ଭଡ଼ା ଅଟୋ ଛାଡି ସରକାରୀ ବସରେ ଚଢିଲେ ଗାଁ ଲୋକେ । ପୂର୍ବରୁ ଘରୋଇ ବସରେ ଅଧିକ ଟଙ୍କା ଦେଇ ଯାତ୍ରା କରୁଥିବା ବେଳେ ଲକ୍ଷ୍ମୀ ବସରେ କମ୍ ଟଙ୍କାରେ ଆରାମଦାୟକ ଯାତ୍ରା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ମିଳୁଥିବା ଯାତ୍ରୀମାନେ କହିଛନ୍ତି । ଅନ୍ୟପଟେ କୋରାପୁଟରେ ଲକ୍ଷ୍ମୀ ବସ ଗଡିବାକୁ ନେଇ ପ୍ରତିକ୍ରିୟା ରଖିଛି ଘରୋଇ ବସ ମାଲିକ ସଂଘ ।
ବହୁ ବାଦବିବାଦ ପରେ କୋରାପୁଟରେ ଗଡିଲା ଲକ୍ଷ୍ମୀ ବସ୍ । ଭଡା ଦର କମ୍ ହୋଇଥିବାରୁ ସନ୍ତୋଷ ପ୍ରକାଶ କଲେ ଯାତ୍ରୀ ।
/kanak/media/post_attachments/wp-content/uploads/2023/12/lacmi.jpg)