କନକ ବ୍ୟୁରୋ: ମଦ୍ୟପାନ କରି ଗାଡ଼ି ଚଳାଇ ଧରାପଡ଼ିଲେ ଲକ୍ଷ୍ମୀ ବସ୍ ଡ୍ରାଇଭର । ଅନୁଗୁଳରେ ଧରାପଡ଼ିଛନ୍ତି ଏହି ଡ୍ରାଇଭର । ବନରପାଳରୁ ବଡ଼କେରୋଜାଙ୍ଗ ଗାଁକୁ ଯାଉଥିଲା ଲକ୍ଷ୍ମୀ ବସ । ବସରେ ପାଖାପାଖି ୧୫ରୁ ୨୦ ଜଣ ଯାତ୍ରୀ ଥିଲେ । ତେବେ ବସ୍ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ିଚାଳନା କରୁଥିବା ଜାଣିବାକୁ ଯାଇଥିଲେ ବସରେ ଯାତ୍ରା କରୁଥିବା ମହିଳା । ତେବେ ଗୋଳାବନ୍ଧ ଛକ ନିକଟରେ ବସକୁ ଅଟକାଇ ଥିଲେ ଯାତ୍ରୀ । ଯାତ୍ରୀମାନଙ୍କ ସମ୍ପର୍କୀୟ ଡ୍ରାଇଭରଙ୍କୁ ଧରିବା ପରେ ପୁଲିସ ଜିମା ଦେଇଛନ୍ତି ।