କନକ ବ୍ୟୁରୋ: ପୁଣି ବରଗଡ ଜିଲ୍ଲାରୁ ଲକ୍ଷାଧିକ ଟଙ୍କା ଜବତ ହୋଇଛିା ନିର୍ବାଚନକୁ ନେଇ ପ୍ରଚାର ଜମୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା କରୁଛି ପୁଲିସ । ବରଗଡ ଜିଲ୍ଲା ଝାରବନ୍ଧ ଥାନା ଡଭା ଛକରେ ପୋଲିସର ନାକା ଚେକିଂ ସମୟରେ ୬ ଲକ୍ଷ ୫୨ ହଜାର ୮ଶହ ଟଙ୍କା ଜବତ ହୋଇଛି । ସାଧାରଣ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ଚେକିଂ ସମୟରେ ଏହି ଟଙ୍କା ଜବତ କରିଛି ପୋଲିସ । ଦୁଇ ଜଣ ବାଇକ୍ ଆରୋହି ଟଙ୍କା ନେଇ ଯାଉଥିବା ସମୟରେ ଧରିଛି ପୋଲିସ । ଦୁଇ ଯୁବକ ହେଲେ ବଲାଙ୍ଗୀର ଜିଲ୍ଲାର ମିତ୍ରଭାନୁ ସାହୁ ଓ ମନୋଜ ସାହୁ । ଏନେଇ ପୋଲିସ ପ୍ରଶାସନ ପକ୍ଷର ଅଧିକ ଯାଞ୍ଚ ଆରମ୍ଭ ହୋଇଛି ।
ଗତକାଲି ମଧ୍ୟ ପିକଅପ୍ ଭ୍ୟାନରୁ ମିଳିଥିଲା ୧୦ ଲକ୍ଷ ଟଙ୍କା । ବରଗଡ଼ ସଦର ଥାନା ହଳଦୀପାଲି ଛକଠାରେ ଯାଂଚ ବେଳେ ଏହି ଟଙ୍କା ଜବତ ହୋଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏପରି ଲକ୍ଷାଧିକ ଟଙ୍କା ଏକ ପିକ୍ଅପ୍ ଭ୍ୟାନଟି ବରଗଡ଼ ସହରକୁ ଦ୍ରୁତ ଗତିରେ ଯାଉଥିଲା । ତେବେ ଟାଉନ୍ ଥାନା ପୁଲିସ ଭ୍ୟାନଟିକୁ ଅଟକାଇଥିଲା । ଯେଉଁଥିରୁ ୫୦୦ ଟଙ୍କିଆ ବଣ୍ଡଲ ମିଳିଥିଲା । ନୋଟ୍ ଗୁଡ଼ିକ ଛୋଟ ଛୋଟ ପ୍ୟାକେଟ୍ରେ ପ୍ୟାକିଙ୍ଗ ହୋଇଥିଲା । ଚାଳକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ଚୁଡ଼ାମଣି ଦୋରା । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏତେ ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ତାହା ଜଣାପଡ଼ିନାହିଁ । ତେବେ ଏତେ ଟଙ୍କା କେଉଁଠୁ ଆସୁଛି, କେଉଁଆଡେ ଯାଉଛି ସେ ନେଇ ପୋଲିସ ଆରମ୍ଭ କରିଛି ତନାଘନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/04/20-14.jpg)