ସୌନ୍ଦର୍ଯ୍ୟ ପଛର ଯନ୍ତ୍ରଣା କାହାଣୀ । କସମେଟିକ୍ସ ପ୍ରସ୍ତୁତି ପାଇଁ ଲକ୍ଷ ଲକ୍ଷ ଜୀବଙ୍କୁ କରାଯାଉଛି ହତ୍ୟା ।

509

କନକ ବ୍ୟୁରୋ: ସୁନ୍ଦର ଦେଖାଯିବାକୁ ସମସ୍ତେ ଚାହାଁନ୍ତି । ଏଥିପାଇଁ ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ବିଭିନ୍ନ ପ୍ରକାରର କସ୍ମେଟିକ୍ସ ବ୍ୟବହାର କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର ହେଉଥିବା କସ୍ମେଟିକ୍ସ ପଛରେ ରହିଛି କିଛି ଯନ୍ତ୍ରଣା କାହାଣୀ ।

ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବହୃତ ହେଉଥିବା କସମେଟିକ୍ସ ସାମଗ୍ରୀ ପାଇଁ ଯାଉଛି ଅନେକ ନିରୀହ ପଶୁପକ୍ଷୀଙ୍କ ଜୀବନ । ପ୍ରସାଧାନ ସାମଗ୍ରୀ ପାଇଁ ଯାଉଛି ଲକ୍ଷ ଲକ୍ଷ ଜୀବନ । କସମେଟିକ୍ସ ପାଇଁ ବର୍ଷକୁ ମରୁଛନ୍ତି ୨୦ ଲକ୍ଷରୁ ଅଧିକ ପଶୁପକ୍ଷୀ । ପ୍ରସାଧନ ସମାଗ୍ରୀରେ ବ୍ୟବହାର କରାଯାଇ ଅନେକ ପ୍ରକାରର ରାସାୟନିକ ସାମଗ୍ରୀ ।ଏହି ରାସାୟନିକ ସାମଗ୍ରୀ ଜୀବଜନ୍ତୁଙ୍କ ଶରୀରରୁ ମିଳିଥାଏ । ତେଣୁ ଏହା ସଂଗ୍ରହ କରିବାକୁ ଲକ୍ଷ ଲକ୍ଷ ଜୀବଙ୍କୁ ହତ୍ୟା କରାଯାଉଛି ।

କସମେଟିକ୍ସ ବିଶେଷଜ୍ଞଙ୍କ କହିବା ମୁତାବକ, ମେକଅପର ଅଧିକାଂଶ ସାମଗ୍ରୀ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ । ଏହି ରାସାୟନିକ ଜୀବଜନ୍ତୁଙ୍କଠାରୁ ମିଳିଥାଏ । ଅନେକ ବଡବଡ ବିଦେଶୀ ମେକଅପ୍ ବ୍ରାଣ୍ଡ୍ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି । ତେବେ ଭାରତରେ ଏହା ଉପରେ କଟକଣା ଲାଗିଛି । କିନ୍ତୁ ଅନେକ ଦେଶରେ ପ୍ରସାଧନ ସାମଗ୍ରୀ ପାଇଁ ଜୀବଙ୍କ ହତ୍ୟା କରାଯାଉଛି । ଚୀନରେ ଏଥିପାଇଁ ସର୍ବାଧିକ ଜୀବଜନ୍ତୁଙ୍କ ବ୍ୟବହାର କରାଯାଇଥାଏ । ଏହା ପଛକୁ ଜାପାନ, ଋଷ , ବ୍ରାଜିଲ , ଆମେରିକା ରହିଛି ।

ତେବେ କେଉଁଥିରୁ କି କସ୍ମେଟିକ୍ସ ପ୍ରସ୍ତୁତ ହୁଏ ?

ମରୁଭୂମିରେ କଣ୍ଟକିତ ଗଛ ଉପରେ ଲାଲ ରଙ୍ଗର ପୋକ ଦେଖାଯାଈଥାଏ । ଏହାକୁ କୋଚିନିୟେଲ ବିଟଲ କୁହାଯାଏ । ଏଥିରୁ ଲାଲ ରଙ୍ଗ ବହାରିଥାଏ, ଯାହା ଲିପଷ୍ଟିକ୍, ବ୍ଲସ୍ ଓ ଆଇସ୍ୟାଡୋ ବନାଇବାରେ ବ୍ୟବହାର କରାଯାଏ । ସେହିପରି ମାଛ କାତିରୁ ଗୁଆନିନ୍ ନାମକ ତେଜଷ୍କ୍ରିୟ ରାସାୟନିକ ବାହାରିଥାଏ । ଏଥିରେ ଗ୍ଲିଟର ମସ୍କାରା, ହାଇଲାଇଟର, ଆଇସ୍ୟାଡୋ, ନେଲ ପଲିସ୍ ଓ ଗ୍ଲୋସି ଲିପଷ୍ଟିକ୍ ପ୍ରସ୍ତୁତ ହୋଇଥାଏ । ସାର୍କର ହୃଦୟରୁ ସ୍କେଲିନ୍ ବାହାରିଥାଏ । ଏଥିରେ ଆଣ୍ଟି ଏଜିଙ୍ଗ ପଦାର୍ଥ ଥାଏ, ଯାହା ତ୍ୱଚାକୁ ଶୁଷ୍କ ହେବାକୁ ଦିଏନାହିଁ । ତେଣୁ ଏହାକୁ ଲିପ୍ ବାମ୍, ମଶ୍ଚରାଇଜର ଓ ବିଭିନ୍ନ ସ୍କିନ୍ ପ୍ରଡକ୍ଟରେ ବ୍ୟବହାର କରାଯାଏ । ମେଣ୍ଢାର ଚୁଟିରୁ ଲାନୋଲିନ୍ ଥାଏ । ଏହା ତ୍ୱଚାକୁ ଚିକ୍କଣ କରିବାରେ ସହାୟକ ହୋଇଥାଏ । ଲିିପ୍ ବାମ୍, ଗ୍ଲସ୍, ହେୟାର କଣ୍ଡିସନର୍, ଫେସ୍ କ୍ରିମ, ଏବଂ ବଡି ମଶ୍ଚରାଇଜରରେ ଲାନୋଲିନ୍ ବ୍ୟବହାର ହୁଏ । ଗାଈ, ମାଛର ଚର୍ବି ଓ ହାଡରୁ କୋଲେଜନ୍ ବାହାରିଥାଏ । ଏଥିରୁ ଆଣ୍ଟିଏଜିଙ୍ଗ କ୍ରିମ ପ୍ରସ୍ତୁତ କରାଯାଏ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମେକଅପ୍ ବ୍ରସ୍ ତିଆରି ପାଇଁ ପ୍ରତିବର୍ଷ ଭାରତରେ ଲକ୍ଷେରୁ ଅଧିକ ନେଉଳଙ୍କୁ ହତ୍ୟା କରାଯାଉଛି । ଏହିପରି ଭାବରେ କସମେଟିକ୍ସ ପ୍ରସ୍ତୁତି ପଇଁ ପ୍ରତିବର୍ଷ ୨୦ ଲକ୍ଷ ଜୀବଜନ୍ତୁଙ୍କ ପ୍ରାଣ ଯାଉଛି । ତେଣୁ ଏ ବାବଦରେ ସବୁ ଦେଶର ସରକାର ଅବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିହାତି ଜରୁରୀ ।