ଉତ୍ତରପ୍ରଦେଶର ଲକ୍ଷ୍ନୌରେ ବରଯାତ୍ରୀ ଗାଡିକୁ ନେଇ ଯାଉଥିବା ପିକଅପ ଭ୍ୟାନ ନଦୀକୁ ଖସିପଡିଛି । ଏଥିରେ ଥିବା ୨୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୭ ଜଣ ଶିଶୁକୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଂଚିଛନ୍ତି । ଉଦ୍ଧାରକାରୀ ଦଳ ନିଖୋଜ ଶିଶୁଙ୍କୁ ଖୋଜିବା କାମକୁ ଜୋରଦାର କରିଛି । ଏକ ଭୋଜିରେ ଯୋଗଦେଇ ପିକଅପ ଭ୍ୟାନରେ କିଛି ମହିଳା ଓ ଶିଶୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
A vehicle carrying passengers fell in Indira canal in Nagram, Lucknow, today morning. Rescue operations underway. Chief Minister has taken cognizance of the incident and directed the SSP and the SDRF to make all possible efforts for search & rescue of the persons who have drowned pic.twitter.com/pHDfJ39EM3
— ANI UP (@ANINewsUP) June 20, 2019
ନିଶାଦ୍ରବ୍ୟ ସେବନ କରି ଡ୍ରାଇଭର ଗାଡି ଚଳାଉଥିବାରୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏନଡିଆରଏଫ ଟିମ ବି ଉଦ୍ଧାର କାମରେ ଲାଗିଛି । ସ୍ଥାନୀୟ ଲୋକ ଏଥିରେ ସହାୟତା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାମର ତଦାରଖ କରିବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ପିକଅପ ଭ୍ୟାନରେ ମୋଟ ୨୯ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇଛି ଓ ୭ ଜଣ ଶିଶୁ ଏବେ ବି ନିଖୋଜ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/lucknow_1561001542_618x347.jpeg)