ଚାଷୀଙ୍କୁ ଦେଖି ଡରିଲେ । ଭୟରେ କାର୍ଯ୍ୟକ୍ରମ ରଦ୍ଦ କଲେ ମନ୍ତ୍ରୀ ।

211

କନକ ବ୍ୟୁରୋ: ଚାଷୀଙ୍କୁ ଦେଖିଲେ ଡରୁଛନ୍ତି ମନ୍ତ୍ରୀ । ଶିଳାନ୍ୟାସ କରିବାକୁ ଯାଇଥାନ୍ତେ ମନ୍ତ୍ରୀ । ହେଲେ ଚାଷୀଙ୍କୁ ଦେଖି ଭୟରେ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଲେ । ଉତ୍ତରାଖଣ୍ଡରେ ଘଟିଛି ଏପରି ଘଟଣା । ଲକ୍ଷ୍ମୀପୁର ଖେରି ଚାଷୀ ମୃତ୍ୟୁ ପରେ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି ଚାଷୀ । ଏହି ଘଟଣାର ପ୍ରଭାବ ଏବେ ସାରା ଦେଶରେ ପରିଲକ୍ଷିତ ହେଉଛି ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ଅରବିନ୍ଦ ପାଣ୍ଡେୟ ନିଜ ନିର୍ବାଚନ କ୍ଷେତ୍ର ଗଦରପୁରର ଖେମପୁରରେ ଏକ ଷ୍ଟାଡିଅମର ଶିଳାନ୍ୟାସ କରିବାକୁ ଯାଇଥାନ୍ତେ । ହେଲେ ଏହାର ସୂଚନା ପାଇଯାଇଥିଲେ ସେଠିକାର ଚାଷୀ ନେତା । ମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ ସେଠାରେ ଏକାଠି ହୋଇଥିଲେ ମିଳିତ କୃଷକ ମୋର୍ଚ୍ଚାର ସ୍ଥାନୀୟ ଚାଷୀ ନେତା ଓ ଚାଷୀ । ଏଠାରେ ଟେଣ୍ଟ ପକାଇ ଏହି ବିଜେପି ନେତାଙ୍କ ବିରୋଧ କରିବା ସହ ନାରା ଦେଇଥିଲେ ଚାଷୀ । ଆଉ ଚାଷୀଙ୍କ ଏଭଳି ଅସନ୍ତୋଷକୁ ଦେଖି ନିଜ କାର୍ଯ୍ୟକ୍ରମକୁ ତୁରନ୍ତ ରଦ୍ଦ କରିଦେଲେ ଅରବିନ୍ଦ ପାଣ୍ଡେୟ । ସେଠାକୁ ନ ଯାଇ ଷ୍ଟାଡିୟମର ଭର୍ଚୁଆଲ ଶିଳାନ୍ୟାସ କରିଥିଲେ । ଖାଲି ଏତିକି ନୁହେଁ ଚାଷୀଙ୍କ ମେଣ୍ଟ ବିଷୟରେ ସୂଚନା ପାଇବା ମାତ୍ରେ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

କିନ୍ତୁ ମନ୍ତ୍ରୀଙ୍କ ଏହି ଡରକୁ ଲୁଚାଇ କଥା ବଦଳାଇଥିଲେ ତାଙ୍କ ପୁଅ ଅତୁଲ ପାଣ୍ଡେୟ । ପ୍ରଧାମନ୍ତ୍ରୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବାରୁ ଷ୍ଟାଡିଅମର ଶିଳାନ୍ୟାସ ପାଇଁ ମନ୍ତ୍ରୀ ଯାଇପାରିନଥିବା କହିଛନ୍ତି ମନ୍ତ୍ରୀଙ୍କ ପୁଅ ।