ଲକ୍ଷ୍ମୀପୁର ହିଂସା : ପ୍ରିୟଙ୍କାଙ୍କ ଗିରଫକୁ ନେଇ ଏମିତି ପ୍ରତିକ୍ରିୟା ରଖିଲେ ରବର୍ଟ ଭଦ୍ରା

144

କନକ ବ୍ୟୁରୋ : କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରେ ଗିରଫ କରାଯିବା ଓ ତାଙ୍କୁ ନେଇ ଏକ ଗେଷ୍ଟ ହାଉସରେ ରଖିବା ଉପରେ ଚିନ୍ତା ପ୍ରକଟ କରିଛନ୍ତି ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ସେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି “ମୋ ସ୍ତ୍ରୀ ସହିତ ମୋତେ ଭେଟିବାର ସୁଯୋଗ ଦିଆଯାଉ ନାହିଁ ” । ଅନ୍ୟପଟେ ସେ ଅଭିଯୋଗ କରିଛନ୍ତି କି ସରକାର ସେଠି ଇଣ୍ଟରନେଟ୍ ବନ୍ଦ କରିଦେଇଛନ୍ତି ଫଳରେ ସେ ପ୍ରିୟଙ୍କାଙ୍କ ସହ ବି କଥା ହୋଇପାରୁ ନାହାଁନ୍ତି । ପ୍ରିୟଙ୍କା ଗିରଫ୍ ହୋଇଥିବାରୁ ପିଲାମାନେ ଭୟଭିତ ହୋଇପଡିଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପଟେ ସେ ରାହୁଲ ଗାନ୍ଧୀଙ୍କ ସହ ଯାଉଛନ୍ତି କି ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଭଦ୍ରା କହିଛନ୍ତି ଯେ “ରହୁଲ କହିଲେ ପ୍ରଥମେ ସେ ଯିବେ” । ହେଲେ ମୋତେ ସେଠାରେ ପୁଣି ଅଟକ ରଖିପାରନ୍ତି ବୋଲି ମୋତେ ଡର ଲାଗୁଛି , ଏଭଳି ହେଲେ ମୋ ପିଲାଙ୍କ କଥା କିଏ ବୁଝିବ ବୋଲି ଭଦ୍ରା ଉତ୍ତର ଦେଇଥିଲେ ।

କହିରଖୁ କି ଲକ୍ଷ୍ମୀପୁର ଘଟଣା ପରେ ପ୍ରଥମେ ପ୍ରିୟଙ୍କା ଗାନ୍ଧୀ ମୃତ କୃଷକଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ସୀତାପୁର ଠାରେ ପୋଲିସ ଅଟକ ରଖି ଗିରଫ୍ କରିଥିଲା । ୭୨ ଘଂଟା ଧରି ସେ ପୋଲିସ ହେପାଜତରେ ଥିବା ବେଳେ ଆଜି ୟୁପି ଗୃହ ବିଭାଗ ରାହୁଲ ଗାନ୍ଧୀଙ୍କ ସହ ତାଙ୍କୁ ଲକ୍ଷ୍ମୀପୁର ଯିବାକୁ ଅନୁମତି ଦେଇଛନ୍ତି ।