ଲକ୍ଷ୍ମୀପୁର ଚାଷୀ ହିଂସା ଘଟଣା । ରିପୋର୍ଟରେ ଖୁଲାସା: ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଙ୍ଗ ।

Advertisment
ଲକ୍ଷ୍ମୀପୁର ଚାଷୀ ହିଂସା ଘଟଣା । ରିପୋର୍ଟରେ ଖୁଲାସା: ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଙ୍ଗ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଚାଷୀ ହିଂସା ମାମଲାରେ ଆସିଲା ପ୍ରଥମ ଫରେନ୍ସିକ୍ ସାଇଣ୍ଟିଫିକ୍ ଲାବୋରାଟୋରୀ ରିପୋର୍ଟ ।କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ ଖୁଲାସା କରିଛି ଏହି ରିପୋର୍ଟ  ।ହିଂସା ସମୟରେ ଚାଷୀଙ୍କ ଉପରକୁ ଫାୟାରିଙ୍ଗ ହୋଇଥିଲା । ଏହି ଫାୟାରିଙ୍ଗ ଆଶିଷ ମିଶ୍ରା ଓ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ବନ୍ଧୁକରୁ ହୋଇଥିଲା ବୋଲି ରିପୋର୍ଟରେ ସ୍ପଷ୍ଟ ହୋଇଛି ।

ହିଂସାରେ ଚାଷୀଙ୍କ ଉପରକୁ ଗୁଳି ଚଳାଇବା ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ ଚାଷୀ । ଏଥିପାଇଁ ଲକ୍ଷ୍ମୀପୁର ପୋଲିସ ଅଙ୍କିତ ଦାସ୍କ ରିପିଟର ଗନ୍ , ପିସ୍ତଲ ଓ ଆଶିଷ ମିଶ୍ରାଙ୍କ ରାଇଫଲ ଓ ରିଭରବଲ ଜବତ କରି ଯାଞ୍ଚ ପାଇଁ ଫରେନ୍ସିକ୍ ଲାବୋରାଟୋରୀକୁ ପଠାଇଥିଲା ।

କହିରଖୁଁ କି, ଶୁଣାଣି ସମୟରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଷ୍ଟାଟସ୍ ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିନ୍ଦା କରି କହିଥିଲେ ଯେ ଏହି ରିପୋର୍ଟରେ ଅଧିକ ସାକ୍ଷୀ ଯାଞ୍ଚ କରାଯାଇଛି ବୋଲି କହିବା ବ୍ୟତୀତ ଅନ୍ୟ କିଛି ନାହିଁ । ଏହି ଘଟଣାର ଶେଷ ଶୁଣାଣି ୨୬ ଅକ୍ଟୋବରରେ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା । ସେହି ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରର କାର୍ୟ୍ୟ ଶୈଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବାରେ ବିଳମ୍ବ ବିଷୟରେ କହିଥିଲେ ଏବଂ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟ ପ୍ରଶ୍ନ ଉଠାଇଥିଲେ ଘଟଣା ସମୟରେ ଶହ ଶହ ଲୋକ ଉପସ୍ଥିତ ଥିବାବେଳେ କେବଳ ୨୩ ଜଣ ସାକ୍ଷୀ କାହିଁକି ଅଛନ୍ତି ? ଏହା ପରେ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ଘଟଣାର ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସାକ୍ଷୀଙ୍କ ବିବୃତ୍ତିକୁ ଶୀଘ୍ର ରେକର୍ଡ କରିବାକୁ କହିଥିଲେ ।

ସୂଚନାଯୋଗ୍ୟ, ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଜିଲ୍ଲାର ତିକୁନିଆ ଗ୍ରାମ ନିକଟରେ ହୋଇଥିବା ହିଂସାରେ ଆଠ ଜଣଙ୍କର ପ୍ରାଣ ହାନୀ ହୋଇଥିଲା । ଏଥିମଧ୍ୟରେ ଚାରିଜଣ କୃଷକ, ଜଣେ ସାମ୍ବାଦିକ ଏବଂ ଅନ୍ୟ ତିନିଜଣ ଥିଲେ । ଏହି ମାମଲାରେ ଲକ୍ଷ୍ମୀପୁର ଖେରୀ ସାଂସଦ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଉପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe