ଲଖିମପୁର ହିଂସା ମାମଲାରେ ଗୃହ ରାଜ୍ୟମନ୍ତ୍ରୀଙ୍କ ପୁଅକୁ ସମନ : ଦିନ ୧୦ଟା ସୁଦ୍ଧା ହାଜର ହେବାକୁ ନୋଟିସ

ସେପଟେ ଆଜିି ଷ୍ଟାଟସ ରିପୋର୍ଟ ଦାଖଲ କରିବେ ୟୁପି ସରକାର; ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ବାବଦରେ ଜଣାଇବେ ଯୋଗୀ ପ୍ରଶାସନ

97

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖୀମପୁର କ୍ଷେରୀ ହିଂସାକାଣ୍ଡ ମାମଲାରେ ୪ ଦିନ ପରେ କାର୍ଯ୍ୟାନୁଷ୍ଠାନ । କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ସମନ ପଠାଯାଇଛି । ପଚରାଉଚରା ପାଇଁ ଦିନ ୧୦ଟା ସୁଦ୍ଧା ହାଜର ହେବା ପାଇଁ କୁହାଯାଇଛି । ପ୍ରମାଣ ସହିତ ଆସିବାକୁ ଆଶିଷ ମିଶ୍ରାଙ୍କୁ କୁହାଯାଇଛି । ପୋଲିସ ଆଶିଷ ମିଶ୍ରାଙ୍କ ନିକଟତର ଲବ କୁଶ ଓ ଆଶିଷ ପାଣ୍ଡେଙ୍କୁ ଗିରଫ କରାଯାଇଛି । କିନ୍ତୁ ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରା ଫେରାର ଅଛନ୍ତି ।

ସେପଟେ ଲଖିମପୁର ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟରେ ହେବ ଶୁଣାଣି । ପ୍ରଧାନ ବିଚାରପତି ଏନଭି ରମଣା, ବିଚାରପତି ସୁର୍ଯ୍ୟକାନ୍ତ ଓ ବିଚାରପତି ହିମା କୋହଲିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜି ଯୋଗୀ ସରକାର ଲଖିମପୁର ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଷ୍ଟାଟସ ରିପୋର୍ଟରେ ମୃତକଙ୍କ ସଂପର୍କରେ ତଥ୍ୟ, ଏତଲା ସଂପର୍କରେ ସୂଚନା ଓ ମାମଲାରେ କାହାକୁ ଗିରଫ କରାଗଲାଣି, ତଦନ୍ତ ପାଇଁ କମିଟି ଗଠନ କରାଯାଇଛି ନା ନାହିଁ । ଯଦି ତଦନ୍ତ ପାଇଁ କମିଟି ଗଠନ କରାଯାଇଛି, ତେବେ ସେ ସଂପର୍କରେ ଷ୍ଟାଟସ ରିପୋର୍ଟ ବିସ୍ତୃତ ରିପୋର୍ଟ ଦିନକ ଭିତରେ ଦେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଗତକାଲି ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ପରେ ଦୁଇ ଅଭିଯୁକ୍ତଙ୍କୁ ୟୁପି ପୁଲିସ ଗିରଫ କରିଛି ।