କନକ ବ୍ୟୁରୋ : ଆଜିି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାର ହେବ ଶୁଣାଣି । ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିବେ ଶୁଣାଣି । ରବିବାର ହୋଇଥିବା ଏହି ହିଂସା ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଚାଷୀ ରହିଥିବା ବେଳେ ୪ ବିଜେପି ସମର୍ଥକ ଏବଂ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଗାଡି ମାଡିଯିବାରୁ ୪ ଚାଷୀଙ୍କର ମୃତ୍ୟୁ ଘଟିଛି । ଚାଷୀ ମାନେ ଦାବି କରିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡି ଚଢାଇ ଚାଷୀଙ୍କୁ ମାରିଥିବା ଅଭିଯୋଗ ରହିଛି । ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଜମେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ ତଦନ୍ତ ।