ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା କାଣ୍ଡ ଘଟଣା : ଯୋଗୀ ସରକାରଙ୍କୁ ତାଗିତ କଲେ ସୁପ୍ରିମକୋର୍ଟ

93

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା କାଣ୍ଡ ଘଟଣାକୁ ନେଇ ପୁଣିଥରେ ଯୋଗୀ ସରକାରଙ୍କୁ ତାଗିତ କଲେ ସୁପ୍ରିମକୋର୍ଟ । ମାମଲାର ତଦନ୍ତ କରିବାରେ ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ସାମିଲ କରିବାକୁ ସବୋର୍ଚ୍ଚ ନ୍ୟାୟାଳୟ ନିଦ୍ଦେର୍ଶ ଦେଇଛନ୍ତି । ସେହିପରି ଘଟଣାର ଯାଂଚ କରୁଥିବା ବରିଷ୍ଠ ଅଧୀକାରୀ ଙ୍କ ତାଲିକା ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ତଦନ୍ତ କରୁଥିୁବା ଏସଆଇଟି ଟିମର ନିରିକ୍ଷଣ ପାଇଁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ଜଜଙ୍କୁ ନିଯୁକ୍ତ କରିବାକୁ ୟୁପି ସରକାର କହିଛନ୍ତି । ଅକ୍ଟୋବର ୩ ରେ ଲଖିମପୁର ଖେରିରେ ଘଟିଥିବା ହିଂସାକାଣ୍ଡ ମାମଲାରେ ୪ ଜଣ ଚାଷି ସମେତ ୮ ଜଣଙ୍କର ମତ୍ୟୁ ହୋଇଥିଲା । ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ର ତେନି ଚାଷିଙ୍କ ଉପରେ ଗାଡି ଚଢାଇ ତାଙ୍କୁ ହତ୍ୟା କରିବା ଅଭିିଯୋଗ ହୋଇଥିଲା । ଯାହାକୁ ନେଇ ଆଶିଷ ମିଶ୍ରାକୁ ପୋଲିସ ଗିରଫ କରି ଜେଲରେ ରଖିଛି । ଦେଥିବାକୁ ବାକି ରହିଲା ସୁପ୍ରିମକୋଟଙ୍କ ନିଦ୍ଦେର୍ଶ ପରେ ତଦନ୍ତ କେତେ ଆଗକୁ ଯାଉଛି ।

ଏଥିସହିତ ପ୍ରଧାନ ବିଚାରପତି ଏନ୍‌ ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ତଦନ୍ତକୁ ଦୈନନ୍ଦିନ ଅନୁଧ୍ୟାନ କରିବା ପାଇଁ ଆମେ ପଂଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ରାକେଶ କୁମାର ଜୈନ କିମ୍ବା ଅନ୍ୟ ନାମ ନେଇ ବିଚାର କରୁଛୁ । ସେମାନଙ୍କ ସହିତ ଆମକୁ ପରାମର୍ଶ ‌କରିବାକୁ ହେବ । ଏ ନେଇ ଆମେ ବୁଧବାର ରାୟ ଦେବୁ । ତେବେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାର ରାଜି ହୋଇଛନ୍ତି। ସୁପ୍ରିମ କୋର୍ଟ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଦନ୍ତର ଅନୁଧ୍ୟାନ ‌ଦୈନନ୍ଦିନ ଭିତ୍ତିରେ କରିବେ ବୋଲି ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ସୁପ୍ରିମ କୋର୍ଟଙ୍କ ପସନ୍ଦର ବିଚାରପତିଙ୍କୁ ଏଥିପାଇଁ ନିଯୁକ୍ତି ଦିଆଯାଇପାରିବ ବୋଲି ରାଜ୍ୟ ସରକାର ରାଜି ହୋଇଛନ୍ତି ।