କନକ ବ୍ୟୁରୋ : ଲକ୍ଷ୍ମୀପୁରରେ ହୋଇଥିବା ଚାଷୀଙ୍କ ହତ୍ୟା ପ୍ରତିବାଦରେ ପ୍ରିୟଙ୍କା ଗାନ୍ଧୀ ଆକ୍ସନ ମୋଡକୁ ଆସିଛନ୍ତି । ତାଙ୍କୁ ଚାଷୀପରିବାରକୁ ଭେଟିବାର ସୁଯୋଗ ନଦେଇ ପୋଲିସ ହେପାଜତକୁ ନେବା ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ତାଙ୍କୁ ରଖାଯାଇଥିବା ଗେଷ୍ଟ ହାଉସରେ ଝାଡୁ ମାରୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା । ଏବେ ସେ ଚାଷୀଙ୍କ ସ୍ୱାର୍ଥରେ ପୋଲିସ ହେପାଜତରେ ଥାଇ ଅମରଣ ଅନଶନ ଆରମ୍ଭ କରିଛନ୍ତି । ସେ କହିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କୁ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଦିଆଯିବ ନାହିଁ ସେପର୍ଯ୍ୟନ୍ତ ସେ ଉପାସରେ ଅନଶନ କରିବେ ।

Advertisment

ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି କି କଂଗ୍ରେସ ରାଜ୍ୟସଭା ସଦସ୍ୟ ଦିପେନ୍ଦ୍ର ହୁଡ୍ଡାଙ୍କ ସମେତ ବରିଷ୍ଠ ନେତାମାନେ ଲକ୍ଷ୍ମୀପୁର ଯାଇ ମୃତ କୃଷକଙ୍କ ପରିବାରକୁ ଭେଟିବାକୁ ଚାହୁଁଥିବା ବେଳେ ସୀତାପୁର ଠାରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । ଏହାସହ ପୋଲିସ କର୍ମୀମାନେ ପ୍ରିୟଙ୍କାଙ୍କ ସହ ଠେଲା ପେଲା କରିଥିବା ବି ଲଲ୍ଲୁ ଅଭିଯୋଗ କରିଛନ୍ତି ।

କହିରଖୁ କି ଲକ୍ଷ୍ମୀପୁର ଘଟଣାକୁ ନେଇ ଏବେ ସାରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି । ଗତକାଲି ରାତିରୁ ବିରୋଧୀଦଳ ନେତାଙ୍କ ସମେତ ଅନେକ କୃଷକନେତା ଲକ୍ଷ୍ମୀପୁର ଯିବାକୁ ଚେଷ୍ଟା କରୁଥିବା ବେଳେ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କୁ ବାଟରୁ ଅଟକାଇ ହେପାଜତକୁ ନେଉଛି । ସେପଟେ ପଞ୍ଜାବରେ ସିଦ୍ଧୁ ଓ କଂଗ୍ରେସ କର୍ମୀମାନେ ରାଜଭବନ ଆଗରେ ଧାରଣା ଦେଇଛନ୍ତି ।