କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ ଗତକାଲି ହୋଇଥିବା ହିସାଂରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ୟୁପି ସହ ସାରା ଦେଶରେ ରାଜନୀତି ଜୋର ଧରିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଲକ୍ଷ୍ମୀପୁର ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିବା ସହ ସେଠାରେ ୧୪୪ ଧାରା ଲାଗୁ କରିଛନ୍ତି । ଏହସହ ଗାଜିଆବାଦ ପୋଲିସ ଜାତୀୟ ରାଜପଥ-୨୪ ଓ ୯ କୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ।
ଅନ୍ୟପଟେ କାଲି ହୋଇଥିବା ହିଂସା ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ହରଭଙ୍ଗା ସୀମାରେ ପୋଲିସ ନିଜ ହେପାଜତକୁ ନେଇଛି । ଅନ୍ୟପଟେ କଂଗ୍ରେସ ଅଭିଯୋଗ କରିଛି ଯେ ପୋଲିସ ପ୍ରିୟଙ୍କା ଗାନ୍ଧୀଙ୍କୁ ଠେଲାପେଲା କରିଛି । ପ୍ରିୟଙ୍କା ଗାନ୍ଧୀଙ୍କ ସହ ପୋଲିସ ଏଭଳି କରିବା ବେଳେ ପ୍ରିୟଙ୍କା ପୋଲିସକୁ ଚ୍ୟାଲେଞ୍ଜ କରିଥିବା ଜଣାପଡିଛି । ଏନେଇ ପ୍ରିୟଙ୍କା କହିଛନ୍ତି କି ୟୁପିରେ ଏବେ ୟୁପିରେ ଆଇନ କାନୁନ କିଛି ନାହିଁ, ହେଲେ ଦେଶର ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରିୟଙ୍କା କହିଛନ୍ତି ।
Due to the closure of National Highway 24 and National Highway 9 by Ghaziabad Police regarding protesters," says Delhi Traffic Police; advises commuters going to Ghaziabad from Sarai Kale Khan to take alternate route pic.twitter.com/DiUllguDog
— ANI (@ANI) October 4, 2021
ସେପଟେ ଚାଷୀଙ୍କୁ ଏଭଳି ଅମାନବୀୟ ଭାବେ କରାଯାଇଥିବା ହତ୍ୟାର ପ୍ରତିବାଦ କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ମୋର୍ଚ୍ଚାର ପ୍ରଶାସନିକ ମୁଖ୍ୟାଳୟରେ ହଜାର ହଜାର ଚାଷୀ ଏକଜୁଟ ହୋଇ ଏହାର ବିରୋଧ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ, ଗୁରୁନାମ ସିଂ ଚଢୁନୀ ଏବେ ଘଟଣା ସ୍ଥଳ ପହଂଚିବେ ବୋଲି ଜଣାପଡିଛି ।