ଲକ୍ଷ୍ମୀପୁର ହିଂସା : ଗିରଫ ପରେ ଗେଷ୍ଟ ହାଉସରେ ପ୍ରିୟଙ୍କା, ଝାଡୁ ମାରୁଥିବାର ଭିଡିଓ ଭାଇରାଲ

Advertisment
ଲକ୍ଷ୍ମୀପୁର ହିଂସା : ଗିରଫ ପରେ ଗେଷ୍ଟ ହାଉସରେ ପ୍ରିୟଙ୍କା, ଝାଡୁ ମାରୁଥିବାର ଭିଡିଓ ଭାଇରାଲ

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଠାରେ ହୋଇଥିବା ହିଂସାରେ ପୀଡିତ ପରିବାରକୁ ଭେଟିବାକୁ ଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ହେପାଜତକୁ ନେଇଛି । ଏହାପରେ ତାଙ୍କୁ ସୀତାପୁରର ଏକ ଗେଷ୍ଟ ହାଉସରେ ରଖାଯାଇଛି । ଯେଉଁ ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖାଯାଇଛି ସେଠାରେ ପ୍ରିୟଙ୍କା ଝାଡୁମାରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ୪୫ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି କି ପୁରା ଘର ଖାଲି ରହିଛି ଓ ପ୍ରିୟଙ୍କା ଗାନ୍ଧୀ ଘରକୁ ସଫା କରିବାକୁ ଝାଡୁ ଲଗାଉଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ହେପାଜତକୁ ନେବା ପରେ ଭାଇ ରହୁଲ ଗାନ୍ଧୀ ଏକ ଟ୍ୱିଟ କରି ଲେଖିଛନ୍ତି ଯେ, “ପ୍ରିୟଙ୍କା ମୁଁ ଜାଣିଛି ତୁମେ ପଛକୁ ହଟିବ ନାହିଁ, ତୁମର ସାହସ ଦେଖି ସେମାନେ ଡରି ଯାଇଛନ୍ତି” ଏହା ପୂର୍ବରୁ ବି ରାହୁଲ ଗାନ୍ଧୀ ଲକ୍ଷ୍ମୀପୁର ହିଂସାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ କି ଏଭଳି ଅମାନବୀୟ ନରସଂହାରକୁ ଦେଖି ଯେଉଁମାନେ ଚୁପ୍ ଅଛନ୍ତି ସେମାନେ ମୃତ ବୋଲି ହିସାବ କରାଯିବ ।

ଲକ୍ଷ୍ମୀପୁର ହିଂସା ପରେ ଅଧରାତିରେ ପ୍ରିୟଙ୍କା ଗାନ୍ଧୀ ଲକ୍ଷ୍ନୌ ପହଂଚିଥିଲେ । କଂଗ୍ରେସ ଦାବି କରିଛି କି ପ୍ରିୟଙ୍କାଙ୍କୁ ଲକ୍ଷ୍ମୀପୁର ନଛାଡିବାକୁ ପ୍ରିୟଙ୍କାଙ୍କ ବାସଭବନ ଆଗରେ ୟୁପି ପୋଲିସର ୩୦୦ ରୁ ଅଧିକ ପୋଲିସ କର୍ମଚାରୀ ଓ ୧୫୦ ମହିଳା କନେଷ୍ଟବଳ ନିୟୋଜିତ ଥିଲେ ।

ସୂଚନା ଥାଉକି ଅଭିଯୋଗ ମୁତାବକ ଗତକାଲି କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ପ୍ରଦର୍ଶନକାରୀ କୃଷକଙ୍କ ଉପରେ ଗାଡି ମଡାଇ ଦେଇଥିଲେ । ଏଥିରେ ୪ ଜଣ ଆନ୍ଦୋଳନକାରୀ କୃଷକଙ୍କର ମୃତ୍ୟୁ ହୋଇଛି । ଏହାପରେ ହିଂସା ଉଗ୍ରରୂପ ନେଇଥିଲା । କୃଷକମାନେ କିଛି ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ୩ ଜଣ ବିଜେପି କର୍ମୀଙ୍କ ସହ ଅଜୟ ମିଶ୍ରାଙ୍କ ଡ୍ରାଇଭରଙ୍କର ବି ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe