ଲଖିମପୁର ହିଂସାର ତଦନ୍ତ: ଅଭିଯୁକ୍ତ ଆଶିଷ ମିଶ୍ର ଓ ଅଙ୍କିତ ଦାସକୁ ନେଇ ଘଟଣା ସ୍ଥଳରେ ସିନ୍ ରିକ୍ରିଏସନ୍ କରିଛି ଏସଆଇଟି

135

କନକ ବ୍ୟୁରୋ: ଲଖିମପୁର ଖେରି ଚାଷୀ ହତ୍ୟାକୁ ନେଇ ଏସଆଇଟି ରିମାଣ୍ଡରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର । ଘଟଣାର ତଦନ୍ତ ନେଇ ଗୁରୁବାର ଘଟଣା ସ୍ଥଳରେ ପହଁଚି ଯାଂଚ କରୁଛି ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ । ଆଶିଷଙ୍କୁ ସାଙ୍ଗରେ ନେଇ ଘଟଣାର ପୁନଃ ଚିତ୍ରଣ କରୁଛି ଏସଆଇଟି ।

ସେପଟେ ଲଖିମପୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ଘରେ ଆଇନମନ୍ତ୍ରୀ । ହିଂସା ଘଟଣାର ୧୦ ଦିନ ପରେ ଲଖିମପୁର ଖେରିରେ ପହଁଚିଛନ୍ତି ଉତର ପ୍ରଦେଶ ଆଇନମନ୍ତ୍ରୀ ବ୍ରଜେଶ ପାଠକ । ଲଖିମପୁରରେ ମୃତ ବିଜେପି କର୍ମୀଙ୍କ ଘରେ ପହଂଚିଛନ୍ତି ଆଇନମନ୍ତ୍ରୀ । ହେଲେ ମୃତ ଚାଷୀ ପରିବାର ଲୋକଙ୍କୁ ଭେଟିନାହାଁନ୍ତି ।

ଲଖିମପୁର ହିଂସାକାଣ୍ଡକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ଗୁରୁବାର ଘଟଣାସ୍ଥଳରେ ପହଁଚିଛି ଏସଆଇଟି । ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ସାଙ୍ଗରେ ନେଇ ଘଟଣାର ପୁନଃ ଚିତ୍ରଣ କରିଛି ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ । ସେଦିନ ଭିଆଇଥିବା କାଣ୍ଡର ପୁନଃ ଚିତ୍ରଣ କରାଇଛି ଏସଆଇଟି । ଆଶିଷ ମିଶ୍ରାଙ୍କ ସମେତ ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ତଥା ଆଶିଷ ମିଶ୍ରାଙ୍କ ବନ୍ଧୁ ଅଙ୍କିତ ଦାସକୁ ମଧ୍ୟ ସାଥିରେ ନେଇ ଘଟଣାସ୍ଥଳରେ ତଦନ୍ତ ଚଳାଇଛି ଏସଆଇଟି । ଅନ୍ୟପଟେ ଘଟଣା ସ୍ଥଳରେ ଫରେନସିକ ଟିମ ପହଂଚି ପ୍ରମାଣର ଟିକି ନିକି ଯାଂଚ କରୁଥିବା ଜଣାପଡିଛି ।

ସେପଟେ ହିଂସାକାଣ୍ଡର ୧୦ ଦିନ ପରେ ଲଖିମପୁର ଗସ୍ତ କରିଛନ୍ତି ଉତରପ୍ରଦେଶ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ ବିତିବା । ତେବେ ଲଖିମପୁରରେ ପହଁଚି ହିଂସାକାଣ୍ଡରେ ପ୍ରାଣ ହରାଇଥିବା ବିଜେପି କର୍ମୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ୟୁପି ମନ୍ତ୍ରୀ । ହେଲେ ମନ୍ତ୍ରୀଙ୍କ ପୁଅ ଗାଡି ତଳେ ଚାପି ହୋଇ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟି ନାହାଁନ୍ତି ମନ୍ତ୍ରୀ ବ୍ରଜେଶ ପାଠକ । ଯାହାକୁ ନେଇ ଉତରପ୍ରଦେଶ ରାଜନୀତି ଜୋର ଧରିଛି । ଆଇନମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ ।

ଲଖିମପୁର ହିଂସା ଘଟଣାର ନ୍ୟାୟ କୁ ନେଇ ସାରା ଦେଶ ଅପେକ୍ଷା କରିଛି । ଅନ୍ୟପଟେ ବାପା ଯତେବେଳେ ମନ୍ତ୍ରୀ ଅଛନ୍ତି ତେବେ ନିରପେକ୍ଷ ଯାଂଚ ହେବ କେମିତି ହେବ ବୋଲି ବିରୋଧି ପ୍ରଶ୍ନ କରିଛନ୍ତି ।