କନକ ବ୍ୟୁରୋ : ଲଖିମପୁର ଖେରି ଘଟଣାରେ କଂଗ୍ରେସର ମୌନ ପ୍ରତିବାଦ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ମୌନବ୍ରତ ପାଳନ କରାଯାଇଛି । ଅକ୍ଟୋବର ତିନି ତାରିଖରେ ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମଡାଇବା ଘଟଣାରେ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି । ଏଥିରେ ୪ ଜଣ ଚାଷୀଙ୍କ ସମେତ ୮ଜଣଙ୍କ ଜୀବନ ଯାଇଛି । ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିବା ଭଳି ଅଭିଯୋଗ ରହିଛି ।

Advertisment