କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲଖିମପୁରରେ ଚାଷୀଙ୍କ ଉପରେ ଗାଡି ଚଳାଇବା ମାମଲାରେ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଉ ଏକ ଝଟକା । ଆଶିଷଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ଆତ୍ମସମର୍ପଣ ପାଇଁ ତାଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Advertisment

ସୂଚନା ମୁତାବକ, ଲଖିମପୁର ମାମଲାରେ ସୁପ୍ରମିକୋର୍ଟ ମାମଲାର ସବୁ ପକ୍ଷର ଦଲିଲକୁ ଯାଞ୍ଚ କରିବା ପରେ ଏପ୍ରିଲ ୪ ତାରିଖରେ ଏହି ମାମଲାରେ ରାୟକୁ ସୁରକ୍ଷିତ ରଖିଥିଲେ । କହିରଖୁଁ, ଆଶିଷଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ଦେଇଥିଲେ ବି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଶୁଣାଣି ସମୟରେ ଅହ୍ଲାବାଦ କୋର୍ଟ ଆଶିଷଙ୍କ ପକ୍ଷରେ ଯାଇଛନ୍ତି ହେଲେ ପୀଡିତଙ୍କ ପରିବାରକୁ ଅଣଦେଖା କରିଛନ୍ତି ବୋଲି କହି ଆଶିଷଙ୍କ ଜାମିନ ଆବେଦକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନା ମୁତାବକ , ୨୦୨୧ ଅକ୍ଟୋବର ୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ବିଜେପି କର୍ମୀଙ୍କ ସହ ଯାଉଥିବାବେଳେ ତାଙ୍କୁ ଚାଷୀ ଘେରିଥିଲେ । ଏହି ସମୟରେ ସେ ଜିପ୍ ଚଢାଇଦେବାରୁ ଘଟଣାସ୍ଥଳରେ ୮ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହାସହ ବ୍ୟାପକ ହିଂସା ହୋଇ୍ଥିଲା । ଏହି ମାମଲାରେ ଉତ୍ତରପ୍ରଦେଶ ରାଜ୍ୟ ତଦନ୍ତ ଟିମ୍ ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା । ଏହା ଘଟଣାରେ ଆଶିଷଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ କରିଥିଲା ଏସଆଇଟି । ଏହି ମାମଲାରେ ଅହ୍ଲାବାଦ ହାଇକୋର୍ଟ ଆଶିଷଙ୍କୁ ଫେବୃଆରୀରେ ଜାମିନ୍ ମଞ୍ଜୁର କରିଥିଲେ ।