କନକ ବ୍ୟୁରୋ: ଲକ୍ଷୀମପୁର ଖେରୀ ହିଂସା ଘଟଣାରେ ଜେଲରେ ବନ୍ଦ ଥିବା ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ଥି ମିଳିଛି । କୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜାମିନ ବେଳେ ଆଶିଷ ମିଶ୍ରା ଜାମିନ ପାଇବା ପରେ ଦିଲ୍ଲୀ ଏବଂ ୟୁପିରୁ ବାହାରେ ରହିବେ । ଜେଲରୁ ବାହରକୁ ଆସିବା ପରେ ତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ୟୁପି ଛାଡିବାକୁ ପଡିବ । ଯଦି ପୁଣି ଜାଣିବାକୁ ମିଳେ ଯେ ମକଦ୍ଦମାରେ ଡେରି କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଜାମିନ ରଦ୍ଦ କରିଦିଆଯିବ ।
କୋର୍ଟ ଆଶିଷଙ୍କ ସହ ଥିବା ଅନ୍ୟ ୪ ଜଣଙ୍କୁ ମଧ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି, ଆଶିଷ ମିଶ୍ରା ନିଜ ଅଞ୍ଚଳର ପୋଲିସ ଷ୍ଟେସନରେ ହାଜିରା ଦେବାକୁ ପଡିବ । ଏହା ସହ ନିଜର ପାସପୋର୍ଟକୁ ମଧ୍ୟ ଦାଖଲ କରିବାକୁ ପଡିବ । ସୁପ୍ରିମକୋର୍ଟ ମାର୍ଚ୍ଚ ୧୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Screenshot-2023-01-25-120206.jpg)