କନକ ବ୍ୟୁରୋ: ଲଖିମପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଆଜି ୧୨୯ ଦିନ ପରେ ଜେଲରୁ ମୁକୁଳିଛନ୍ତି । ତେବେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗତ ଗୁରୁବାର ଦିନ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏହାପରେ ଆଜି ତାଙ୍କୁ ଜେଲରୁ ମୁକ୍ତି ମିଳିଛି । ତେବେ ଗତ ଅକ୍ଟୋବର ୩ ତାରିଖରେ ଘଟିଥିବା ଲଖିମପୁର ଖେରି ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଅକ୍ଟୋବର ୯ ତାରିଖରେ ଗିରଫ କରାଯାଇଥିଲା ।
Ashish Mishra, the son of MoS Home Ajay Mishra Teni and prime accused in Lakhimpur Kheri violence walks out of jail after being released on bail. pic.twitter.com/R06vruRBbJ
— ANI (@ANI) February 15, 2022
ଫେବ୍ରୁଆରୀ ୧୦ ତାରିଖରେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷ ମିଶ୍ରାଙ୍କୁ ଜାମିନ୍ ପ୍ରଦାନ କରିଥିଲା । ତେବେ କାଗଜପତ୍ର କାରବାର ନେଇ ତାଙ୍କୁ ଜେଲରୁ ବାହାର କରାଯାଇନଥିଲା ।
ସୂଚନାଯୋଗ୍ୟ ଯେ, ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଦରେ ଆଇପିସି ଧାରା ୧୪୭,୧୪୮,୧୪୯,୩୦୨,୩୦୭,୩୨୬,୩୪,୪୨୭ ଓ ୧୨୦ ବି ସହିତ ୩/୨୫, ୫/୨୭ ଓ ୩୯ ଆର୍ମ ଆକ୍ଟ ମଧ୍ୟ ସାମିଲ ଥିଲା ।
ତେବେ ହାଇକୋର୍ଟ ଆଶିଷଙ୍କୁ ୩-୩ ଲକ୍ଷ ବେଲ୍ ବଣ୍ଡ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଲକ୍ଷ୍ମୀପୁର ଜିଲ୍ଲା ଜଜଙ୍କ ପାଖରେ ବେଲ୍ ବଣ୍ଡ ଓ ଜାମିନ୍ କାଗଜପତ୍ର ଦାଖଲ କରାଯିବାକୁ କୁହାଯାଇଥିଲା । ଏହାର ଭେରିଫିକେସନ୍ ହେଲା ପରେ ଏବେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/164906-vsvjpfvleh-1633674525.jpg)