ପୁରୀକୁ ନେଇ ବିବାଦୀୟ ପରେ ଭୁଲ ମାନିବାକୁ ନାରାଜ ଲେଖାଶ୍ରୀ ସାମନ୍ତସିଂହାର : କହିଲେ, କୌଣସି ଭୁଲ କରିନି କି ମହାପ୍ରଭୁଙ୍କୁ ଅପମାନିତ କରିନି

ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ କରୁଛନ୍ତି ଟାର୍ଗେଟ

336

କନକ ବ୍ୟୁରୋ : ବିବାଦୀୟ ବୟାନକୁ ନେଇ ଭୁଲ ମାନିଲେନି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଗତକାଲି ଏ ନେଇ କିଛି ଉତର ରଖିନଥିବା ଲେଖାଶ୍ରୀ ଏହି ପ୍ରସଙ୍ଗରେ ଆଜି ବିଜେଡି ଉପରେ ବର୍ଷିଛନ୍ତି । ଲେଖାଶ୍ରୀ କହିଛନ୍ତି, ବିଜେଡି ପାଖରେ ପ୍ରସଙ୍ଗ ନଥିବାରୁ ଲେଖାଶ୍ରୀ ହିଁ ଏକମାତ୍ର ପ୍ରସଙ୍ଗ ହୋଇଛି । ୨୦ ବର୍ଷ ହେଲା ବିକାଶ ନେଇ ବିଜେଡି କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ କୌଣସି ଭୁଲ କରିନାହାନ୍ତି କି ମହାପ୍ରଭୁଙ୍କୁ ଅପମାନିତ କରିନାହାନ୍ତି ବୋଲି ବିଜେପି ନେତ୍ରୀ ସଫେଇ ଦେଇଛନ୍ତି ।

ଲେଖାଶ୍ରୀ କହିଥିଲେ , ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ । ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଥିଲା ।
ସେପଟେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ବଢିବାରେ ଲାଗିଛି । ଗତକାଲି କିଛି ସଙ୍ଗଠନ ବିରୋଧ ପରେ ଆଜି ଭୁବନେଶ୍ୱରରେ କଂଗ୍ରେସ ଲେଖାଶ୍ରୀଙ୍କ ବୟାନକୁ ବିରୋଧ କରିଛି । ଦଳର କର୍ମୀମାନେ ମାଷ୍ଟକକ୍ୟାଂଟିନରେ ବିରୋଧ ପ୍ରଦର୍ଶନ କରିଛନ୍ତି ।