କନକ ବ୍ୟୁରୋ: ଝାରସୁଗୁଡ଼ାରେ ଦୁର୍ଘଟଣାସ୍ଥଳରୁ ପିସିଆରରେ ଶବ ସ୍ଥାନାନ୍ତର ଘଟଣାରେ ନିଲମ୍ବନ ହୋଇଛନ୍ତି ଇନ୍ସପେକ୍ଟର ସନ୍ଧ୍ୟାରାଣୀ ଜେନା । ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି ।

Advertisment

ଗତ ୮ତାରିଖରେ ଲଖନପୁର ଥାନା ଠକଠକି ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୩ଜଣଙ୍କ ଶବକୁ ପିସିଆର ଭ୍ୟାନରେ ନେଇ ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା । ଏନେଇ ଖବର ପ୍ରସାରଣ ହେବା ପରେ ଏସପି ସ୍ମିତ ପର୍ମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଗତ ୧୮ତାରିଖରେ ସନ୍ଧ୍ୟାରାଣୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଦିଆଯାଇଥିଲା । ଘଟଣାରେ ପୁଲିସ ମହାନିର୍ଦ୍ଦେଶକ ସନ୍ଧ୍ୟାରାଣୀଙ୍କୁ ନିଲମ୍ବନ କରିଛନ୍ତି । ୪ବର୍ଷ ତଳେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ କାର୍ଯ୍ୟରତ ଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ ସନ୍ଧ୍ୟାରାଣୀ ଜେନା ନିଲମ୍ବିତ ହୋଇଥିଲେ ।