ବନ୍ଦ ହେବ ନାହିଁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରାଚୀନ ପରମ୍ପରା: ବିଜୟା ଦଶମୀରେ ରାବଣକୁ ବଧ କରିବା ପାଇଁ ଲାଖ ବିନ୍ଧିବେ ପ୍ରଭୁ ଶ୍ରୀଲିଙ୍ଗରାଜ

Advertisment
କଟକଣା ମଧ୍ୟରେ ମନ୍ଦିର ଖୋଲ...୭ରେ ମନ୍ଦିର ସାମ୍ନାରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିବ ଓଡ଼ିଶା ମନ୍ଦିର ସେବାୟତ ସଂଘ

କନକ ବ୍ୟୁରୋ: ମହାମାରୀ କରୋନା ପାଇଁ ଜାରି ରହିଥିବା କିଛି କଟକଣା ପାଇଁ ଚଳିତ ବର୍ଷ ଦଶହରାରେ ରାବଣ ଦହନ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। କଟକଣାରେ ଚାଲିଛି ମା’ଙ୍କ ପୂଜା। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଦର୍ଶନ ମନା। କିନ୍ତୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରାଚୀନ ତଥା ପରମ୍ପରା ଲାଖବିନ୍ଧା ବନ୍ଦ ହେବ ନାହିଁ। ପରମ୍ପରା ଅନୁସାରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଦଶହରା ବିଜୟ ଦଶମୀରେ ରାବଣକୁ ବଧ କରିବା ପାଇଁ ତୀର ମାରିବେ। ପୂର୍ବ ଭଳି ଏହି ବିଧି ଏକାମ୍ର କ୍ଷେତ୍ରର ଲାଖବିନ୍ଧା ପଡ଼ିଆରେ ଯାଥାରୀତି ଅନୁଷ୍ଠିତ ହେବ।

ସୂଚନାନୁସାରେ ମହାପ୍ରଭୁ ବିଜୟ ଦଶମୀ ଦିନ ସନ୍ଧ୍ୟାରେ ସେବାୟତଙ୍କ ଗହଣରେ ଗ୍ୟାରେଜ୍ ଛକ ନିକଟ ଲାଖ ବିନ୍ଧା ପଡ଼ିଆକୁ ସୁସଜ୍ଜିତ ବିମାନ ଯୋଗେ ଯାତ୍ରା କରିବେ। ସେଠାରେ ରୀତିନୀତି ଅନୁସାରେ ପୂଜା ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ରାବଣର ଏକ ପଟ୍ଟଚିତ୍ରକୁ ଲାଖ ବିନ୍ଧା ଯିବ। ସେବାୟତମାନେ ମହାପ୍ରଭୁଙ୍କ ପ୍ରତିନିଧିଭାବେ ତୀର ମାରିବେ। ଏହା ପରେ ରାବଣ ଦହନ ହେବ ଓ ପରେ ପରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆବାହମାନ କାଳରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ପରମ୍ପରା ଚାଲି ଆସୁଛି। ପ୍ରତିବର୍ଷ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ହରିବୋଲ ହୁଳହୁଳି ଶବ୍ଦ ମଧ୍ୟରେ ଏହି ପରମ୍ପରା ପାଳିତ ହୁଏ। କିନ୍ତୁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ଏହା ଦର୍ଶନ କରିବାରୁ ବଞ୍ଚିତ ହେବେ। କେବଳ ପାଳିଆ ସେବାୟତମାନେ ସେଠାକୁ ଯାଇ ପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe