କନକ ବ୍ୟୁରୋ : ବିଶ୍ୱରେ ଅନେକ ହ୍ରଦ ରହିଛି । ଆଉ ଏହି ହ୍ରଦ ମଧ୍ୟରୁ ଅନେକ ହ୍ରଦର ଗୋଟିଏ ଗୋଟିଏ କାହାଣୀ ମଧ୍ୟ ରହିଛି । ଠିକ୍ ସେହିଭଳି ଏକ ହ୍ରଦ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଭାବିବେ ଓଃ... ପ୍ରକୃତି କେଡେ ସୁନ୍ଦର ।
କାଜାକିସ୍ତାନର ଲେକ୍ କ୍ୟାଣ୍ଡି ନାମକ ଏକ ହ୍ରଦ ରହିଛି । ଏହି ହ୍ରଦ କାଜିକିସ୍ତାନର ଏକ ପ୍ରମୁଖ ପର୍ଯ୍ୟଟନସ୍ଥିଳି ଭାବେ ବେଶ୍ ପରିଚିତ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକାର ସୁନ୍ଦରତାକୁ ଉପଭୋଗ କରିବାକୁ ଆସନ୍ତି । ଆଉ ଏହେ ହ୍ରଦର ସୁନ୍ଦରତା ଯିଏ ଦେଖେ ସେ ଏହାର ପ୍ରଶଂସା ନକରି ରହି ପାରେନା । ତେବେ ଆସନ୍ତୁ ଜାଣିବା ଏହି ହ୍ରଦରେ ଏପରି କଣ ରହିଛିଯେ ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଏଠାକୁ ଧାଇଁଆସନ୍ତି ।
ଏହି ହ୍ରଦ ଭିତରେ ଏକ ବିରାଟ ଜଙ୍ଗଲ ରହିଛି । ଦେଖିଲେ ଏପରି ଲାଗେ ଯେମିତି ଗଛଗୁଡିକ ଓଲଟା ଉଠିଛି । ଗଛର ଚେର ଗୁଡିକ ପାଣି ଉପରକୁ ବାଡି ଭଳି ବାହାରିଥିବା ବେଳେ ଗଛର ବାକି ଅଂଶ ପାଣି ଭିତରେ ବୁଡି ରହିଥାଏ । ଯାହାକି ପାଣି ଭିତରେ ଏକ ଜଙ୍ଗଲ ସଦୃଶ । ଆପଣ ଏଥିରେ ଦେଖି ପାରୁଥିବେ ସ୍କୁବା ଡାଇଭର ପାଣି ଭିତରର ଦୃଶ୍ୟକୁ କିଭିଳି କ୍ୟାମେରାରେ କଏଦ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ପାଣି ଭିତରେ ଗଛଗୁଡିକ ଶାଖା ପ୍ରଶାଖା ମେଲି ବଢିଚାଲିଛି । କିନ୍ତୁ ପାଣି ଉପରକୁ କେବଳ ଚେର ବାହାରି ରହିଛି । ଏବେ ଆସନ୍ତୁ ଜାଣିବା ଏହି ହ୍ରଦ ପଛରେ ଥିବା ରହସ୍ୟମୟ କାହାଣୀ ବିଷୟରେ...
୧୯୧୧ ମସିହାର କଥା । ଦିନେ ଏଠାରେ ଭୟଙ୍କର ଭୁମିକମ୍ପ ହେଲା । ଯାହାଫଳରେ ସମଗ୍ର ଅଞ୍ଚଳ ଜଳମଗ୍ନ ହୋଇଗଲା । ଆଉ ଏହି ଅଞ୍ଚଳରେ ଥିବା ବିରାଟକାୟ ଜଙ୍ଗଲ ବି ପାଣିରେ ସମ୍ପୁର୍ଣ୍ଣ ବୁଡିଗଲା । ପ୍ରକୃତିର ଏପରି ତାଣ୍ଡବ ବେଳେ ବେଳେ ଲେକ୍ କ୍ୟାଣ୍ଡି ହ୍ରଦ ଭଳି ରହସ୍ୟମୟ ସ୍ଥାନକୁ ଜନ୍ମ ଦେଇଥାଏ । ଯାହା ଆଜି କାଜାକିସ୍ତାନରେ ଲୋକଙ୍କ ପାଇଁ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ପାଲଟିଛି । ଆଉ ସ୍ଥାନୀୟ ଲୋକଙ୍କ ପାଇଁ ଖାଦ୍ୟର ଉତ୍ସ ପାଲଟିଛି । ଖାସ କରି ଶିତଦିନେ ସ୍ଥାନୀୟ ଲୋକେ ଏହି ଦ୍ରଦରୁ ମାଛ ଧରି ପରିବାର ପୋଷଣ କରିଥାନ୍ତି ।