ରହସ୍ୟମୟ ହ୍ରଦ : ପାଣିର ରଙ୍ଗ କୋକା-କୋଲା ଭଳି, ଜମୁଛି ପର୍ଯ୍ୟଟକଙ୍କ ଭିଡ

138

କନକ ବ୍ୟୁରୋ : ଆପଣ କେବେ ଦେଖିଛନ୍ତି କି, କେଉଁ ହ୍ରଦ ପାଣିର ରଙ୍ଗ କୋକା-କୋଲା ଭଳି? ଯଦି ଦେଖିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ହ୍ରଦ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣ ବିଶ୍ୱାସ କରିପାରିବେନି କି, ସତରେ ଏହି ନଦୀ ପଣିର ରଙ୍ଗ ବିଲକୁଲ କୋକା-କୋଲା ଭଳି ଦେଖାଯାଉଛି ।
ବ୍ରାଜିଲରେ ଏମିତି ଏକ ଦ୍ରଦ ରହିଛି, ଯେଉଁ ହ୍ରଦର ପାଣି ନାଲି ରଙ୍ଗର । ଆଉ ଏହି ହ୍ରଦର ନାଁ ମଧ୍ୟ କୋକା-କୋଲା । ଏହି କୋକା କୋଲା ଭଳି ପାଣିରେ ଆପଣ ଅତି ଆନନ୍ଦରେ ସ୍ୱିମିଂ କରିପାରିବେ । ଏହି ପାଣିରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହି ପାଣିରେ ଗୋଧୋଇବା ପାଇଁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକ ଧାଇଁ ଆସନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଏହି ହ୍ରଦର ପାଣି କୋକା-କୋଲା ଭଳି ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, କୋକା-କୋଲା ହ୍ରଦର ମାଟି ଏବଂ ପାଣିରେ ଅନେକ ପ୍ରକାର ମିନେରାଲ୍ସ ରହିଛି । ଏହା ସହିତ ଆୟୋଡିନ୍, ଆଇରନର ଅଧିକ ମାତ୍ରା ଏବଂ ହ୍ରଦ କୂଳରେ ଥିବା ରିଡ୍ ଗଛର ରଞ୍ଜକ ରହିଥିବାରୁ ଏହି ହ୍ରଦର ପାଣି ନାଲି ହୋଇଥାଏ । ଯାହା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହି ହ୍ରଦର ପ୍ରକୃତ ନାଁ ଆରାକ୍ୱାରା ଅଟେ । କିନ୍ତୁ ପାଣିର ରଙ୍ଗ କାରଣରୁ ଏହାର ରଙ୍ଗ କୋକା-କୋଲା ହୋଇଛି ।