କନକ ବ୍ୟୁରୋ: ଇମ୍ରାନ୍ ଖାନଙ୍କ ଗିରଫଦାରୀ ବିରୋଧରେ ଜଳୁଛି ଲାହୋର । ରାତି ସାରା ଇମ୍ରାନଙ୍କ ସମର୍ଥକ ଅନ୍ଦୋଳନ କରିଛନ୍ତି । ପରିସ୍ଥିତ ଉତେଜନାପୂର୍ଣ୍ଣ ରହିଥିବା ବେଳେ ପୁଲିସ ଓ ସମର୍ଥକ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଉପୁଜିଛି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ଭିଡିଓ ମ୍ୟାସେଜ ଜାରି କରିଛନ୍ତି । ଇମ୍ରାନ କହିଛନ୍ତି, ଗିରଫଦାରୀ ପଛରେ ଲଣ୍ଡନ ପ୍ଲାନ ରହିଛି । ଅନ୍ୟପଟେ କୌଣସି ସମୟରେ ଇମ୍ରାନ ଗିରଫ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଗିରଫ ହେବା ପାଇଁ ମାନସିକ ରୂପରେ ପ୍ରସ୍ତୁତ ବୋଲି ନିଜେ ଇମ୍ରାନ ଖାନ କହିଛନ୍ତି ।
ପିଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କରିବା ପାଇଁ ଜମାନ ପାର୍କ ସ୍ଥିତ ଇମ୍ରାନଙ୍କ ବାସଭବନ ନିକଟରେ ପୋଲିସ୍ ଫୋର୍ସ ପଂହଚିଥିଲେ । ଅନ୍ୟପଟେ ମାର୍ଚ ୧୮ ତାରିଖରେ କୋର୍ଟ ସାମନାରେ ଇମ୍ରାନ ହାଜର ହେବେ । ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ ଓ ତାଙ୍କୁ ମାର୍ଚ୍ଚ ୨୯ ସୁଦ୍ଧା ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇସଲାମାବାଦ ପୁଲିସ । ଗୋଟେ ପଟେ ଇମ୍ରାନଙ୍କ ଇମ୍ରାନଙ୍କ ବାସଭବନରେ ଇସଲାମାବାଦ ପୁଲିସ ପହଁଚିଥିବା ବେଳେ ଅନ୍ୟପଟେ ଶତାଧିକ ଇମ୍ରାନଙ୍କ ସମର୍ଥକ ଓ ପିଟିଆଇ କର୍ମୀ ପହଁଚି ବିରୋଧ ପ୍ରଦର୍ଶନ କରିଛନ୍ତି । ପୁଲିସ ଉପରକୁ ଇମ୍ରାନଙ୍କ ସମର୍ଥକ ପଥରମାଡ଼ କରିଥିବା ଜଣାପଡିଥିବାବେଳେ ପୋଲିସ୍ ତରଫରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିବାର ଭିଡିଓ ସାମନାକୁ ଆସିଛି । ତୋଷଖାନା ମାମଲାରେ ଇମ୍ରାନ କୋଟି କୋଟି ଟଙ୍କାର ସରକାରୀ ସମ୍ପତି ବିକ୍ରି କରିଥିବା ଅଭିଯୋଗ ସତ ପ୍ରମାଣିତ ହେବା ପରେ ଇସଲାମାବାଦ କୋର୍ଟ ତାଙ୍କର ଗିରଫ ନିର୍ଦ୍ଦେଶ ଦେଇଛନ୍ତି ।