ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୧ରେ ସମଲେଶ୍ୱରୀଙ୍କ ପାଖରେ ହେବ ନବାନ୍ନ ଲାଗି, ଦିନ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ବାହାରିଲା ମୂହୁର୍ତ୍ତ ।

405

କନକ ବ୍ୟୁରୋ : ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭାରେ ଏଥିପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ତୁଳା ଲଗ୍ନରେ ସେପ୍ଟେମ୍ବର ୧୧ତାରିଖ ଦିନ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି ।

ଧାର୍ଯ୍ୟ ଲଗ୍ନରେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ପରେ ସାରା ପଶ୍ଚିମଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ । ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ର ଗଣନା କରିବା ପରେ ପାଞ୍ଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ସାରା ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ ।