କାଳ ହେଲା ବଜ୍ରଘାତ । ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ

ପୁଣି ବଜ୍ରାଘାତ ନେଲା ୨ ଜୀବନ । ନିଜ ଜମିକୁ ଯାଉଥିବା ବେଳେ ବଜ୍ରଘାତରେ ଗଲା ପ୍ରାଣ

କନକ ବ୍ୟୁରୋ : ବଜ୍ରଘାତ ନେଲା ଜୀବନ । ଆଠଗଡ ବ୍ଲକ ଅମୃତମୋଣହୀ ପାଟଣା ଗାଁରେ ବଜ୍ରଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ତୁଷାର ବିଶ୍ୱାଳ । ସେ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।

ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକର ହରିପୁର ଗାଁରେ ମଧ୍ୟ ବଜ୍ରାଘାତରେ ଜଣଙ୍କର ଜୀବନ ଯାଇଛି । ମୃତକ କେଳୁ ଚରଣ ସେଠୀ ।ବୟସ ୬୮ ବର୍ଷ । ବିଲରେ ହଳ କରୁଥିବା ସମୟରେ ହଠାତ୍ ମାଡି ଆସିଥିଲା ଝଡତୋଫାନ । ବଜ୍ରାଘାତରେ ସେ ବିଲରେ ଟଳିପଡିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe