କନକ ବ୍ୟୁରୋ : ବଜ୍ରଘାତ ନେଲା ଜୀବନ । ଆଠଗଡ ବ୍ଲକ ଅମୃତମୋଣହୀ ପାଟଣା ଗାଁରେ ବଜ୍ରଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ତୁଷାର ବିଶ୍ୱାଳ । ସେ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।
ଅନ୍ୟ ଜଣେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଖୋର୍ଧା ଜିଲ୍ଲା ବେଗୁନିଆ ବ୍ଲକର ହରିପୁର ଗାଁରେ ମଧ୍ୟ ବଜ୍ରାଘାତରେ ଜଣଙ୍କର ଜୀବନ ଯାଇଛି । ମୃତକ କେଳୁ ଚରଣ ସେଠୀ ।ବୟସ ୬୮ ବର୍ଷ । ବିଲରେ ହଳ କରୁଥିବା ସମୟରେ ହଠାତ୍ ମାଡି ଆସିଥିଲା ଝଡତୋଫାନ । ବଜ୍ରାଘାତରେ ସେ ବିଲରେ ଟଳିପଡିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/LIGHTING-uup.jpg)