କନକ ବ୍ୟୁରୋ : ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୌକ୍ସିକୁ ଭାରତ ଆଣିବାକୁ ପ୍ରୟାସ ଜାରି ରହିଛି । ସେପଟେ ଡୋମିନିକାରେ ଚୌକ୍ସିର ଗିରଫ ହେବା ଘଟଣାରେ ଜଣେ ମହିଳାକୁ ଦାୟୀ କରିଛନ୍ତି ତାଙ୍କ ପତ୍ନୀ । ତାଙ୍କ କହିବା କଥା ଚୌକ୍ସିକୁ ଭାରତ ଆଣିବା ପାଇଁ ଜଣେ ରହସ୍ୟମୟୀ ମହିଳା ଜାଲ ବିଛାଇଥିଲେ ।
ଡୋମିନିକାରେ ମେହୁଲ ଚୌକ୍ସି ଗିରଫ ହେବା ପଛରେ ରହିଛି ଜଣେ ରହସ୍ୟମୟୀ ମହିଳାଙ୍କ ହାତ । ଏ କଥାର ଖୁଲାସା କଲେ ଚୋକସିଙ୍କ ପତ୍ନୀ ପ୍ରିୟା । ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରିତି କହିଛନ୍ତି ବାର୍ବରା ନାମକ ଜଣେ ରହସ୍ୟମୟୀ ମହିଳା ମେହୁଲ ଚୋକସିକୁ ଭାରତ ଆଣିବା ପାଇ ଜାଲବିଛାଇ ଥିଲେ । ସେ ମହିଳା ଭାରତ, ଆଂଟିଗୁଆ ଏବଂ ଡୋମିନିକାର କର୍ତୃପକ୍ଷଙ୍କ ସହ ମିଶି ଏହି କାମ କରିଥିଲେ । ପ୍ରିତିଙ୍କ କହିବା କଥା, ଅଗଷ୍ଟ ୨୦୨୦ରେ ବାରବରା ଆଂଟିଗୁଆରେ ତାଙ୍କ ଘର ସାମ୍ନାରେ ଘର ଭଡା ନେଇରହିଲେ ଏବଂ ଧିରେ ଧିରେ ତାଙ୍କ ପରିବାର ସହ ମିଳାମିଶା ଆରମ୍ଭ କଲେ । ସେହି ମହିଳା ଜଣଙ୍କହିଁ ଚୋକସିଙ୍କୁ ଆଂଟିଗୁଆରୁ ଭଗେଇଥିଲେ ।
“ଚୌକ୍ସିକୁ ଡୋମିନିକା ନେଇଯାଇଥିବା କ୍ରୁଜ୍ କୋବ୍ରା ଟୁଅର୍ସର । ରବିବାର, ମେ-୨୩ ତାରିଖ ସଂନ୍ଧ୍ୟାରେ ମେହୁଲ, ବାରବରା ସହରାତ୍ରିଭୋଜନ କରିବାକୁ ଯାଇଥିଲେ । ମତେ ଜଣା ନାହିଁ ତାର ପ୍ରକୃତ ନାମ କଣ – ବାରବରା ଜୋସେଫ, ବାରବରା ଜେସିକ୍ ନା ବାରବରାସି ? ମଝିରେ ମଝିରେ ସେ ଆମ ପଡୋଶୀ ଆପାର୍ଟମେଂଟରେ ଆସି ରହୁଥିଲା । ଗତ ବର୍ଷ ୨ ରୁ ୭ ଅଗଷ୍ଟ ଭିତରେ ତାସହ ଆମର ପ୍ରଥମ ସାକ୍ଷାତ ହୋଇଥିଲା ।”
ନିଜ ସାକ୍ଷାତକାର ବେଳେ ପ୍ରିତି ଏହା ମଧ୍ୟ କହିଛନ୍ତି, ବାରବରା, ଚୌକ୍ସିକୁ ତାଙ୍କ ଘରୁ ଆସି ନେବାକୁ କହିଥିଲା.. ହେଲେ କିଛି ସମୟ ପରେ ୮ ରୁ ୧୦ ଜଣ ଲୋକ ଆସି ଚୌକ୍ସିକୁ ନେଇ ଯାଇଥିଲେ । ପ୍ରିତିଙ୍କ କହିବା ଅନୁସାରେ ଯେଉଁ କ୍ରୁଜ ଜରିଆରେ ମେହୁଲ ଚୌକ୍ସି ଡୋମିନିକା ଯାଇଥିଲା, ସେଥିରେ ୨ ଜଣ ପଂଜାବୀ ଯୁବକ ମଧ୍ୟ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପଂଜାବୀ ଭିଡିଓେ କାମ କରେ ବୋଲ ଚୌକ୍ସି ନିଜ ପତ୍ନୀ ପ୍ରିତିକୁ କହିଥିଲା । ତେବେ ଭାରତ ଫେରିବା ଏବଂ ଏଠାରେ ସିବିଆଇ ଓ ଇଡିକୁ ତଦନ୍ତରେ ସହଯୋଗ କରିବା ବିଷୟରେ ଉତର ଦେବାକୁ ପ୍ରିତି ମନା କରିଦେଇଥିଲେ । ବର୍ତମାନ ମେହୁଲ ଚୌକ୍ସି ଡୋମିନିକାରେ ବନ୍ଦୀ ଅଛି । ତାବିରୋଧରେ ଆଂଟିଗୁଆରୁ ଅବୈଧ ଭାବେ ପ୍ରବେଶ କରିବା ଅଭିଯୋଗରେ କେସ ଚାଲିଛି ।