ଚେକିଂ ବେଳେ ସ୍ୱାମୀଙ୍କୁ ବିନା ହେଲମେଟରେ ଧରିଲେ ମହିଳା ଟ୍ରାଫିକ ପୋଲିସ ! ଚକୋଲେଟ୍, ଫୁଲ ଦେଇ କହିଲେ ଏଥର ଛାଡିଲି, ଆର ଥରକୁ…

2,125

ଟ୍ରାଫିକ୍ ସିଗନାଲ ଭାଙ୍ଗିବା ପରେ ପୁଲିସ ଚାଲାଣ କାଟିଥାଏ, ତାହା ସମସ୍ତଙ୍କୁ ଜଣା । କିନ୍ତୁ ଟ୍ରାଫିକ ନିୟମ ଭାଙ୍ଗିବା ମଧ୍ୟ ଚାଲାଣ ନ କାଟି ଚକୋଲେଟ ଏବଂ ଫୁଲ ଦେବା କଥା କେବେ ଶୁଣି ଥିଲେ କି ? ଆଜ୍ଞା ହଁ ! ହରିୟାଣାର ଝଜ୍ଜରରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସବୁଠାରୁ ଖାସ୍ କଥା ହେଲା, ପୁଲିସ ଫୁଲ ଏବଂ ଚକୋଲେଟ ବାଣ୍ଟୁଥିବା ବେଳେ ମହିଳା ଟ୍ରାଫିକ୍ ପୁଲିସଙ୍କ ସ୍ୱାମୀ ବିନା ହେଲମେଟରେ ସେଇ ବାଟ ଦେଇ ଯାଉଥିଲେ । ମହିଳା ପୁଲିସକର୍ମୀ ନିଜ ସ୍ୱାମୀଙ୍କୁ ଅଟକାଇବା ସହ ତାଙ୍କୁ ଫୁଲ ଏବଂ ଚକୋଲେଟ୍ ଦେଇଥିଲେ । ଏହା ସହ ଏଥର ଫୁଲ ଏବଂ ଚକୋଲେଟ୍ ଦେଉଛି । ଆର ଥରକୁ ଏଭଳି ଭୁଲ କଲେ ଚାଲାଣ କାଟିବି କହି ନିଜ ସ୍ୱାମୀଙ୍କୁ ଛାଡ଼ିଥିଲେ । ମହିଳା ପୁଲିସକର୍ମୀ ଜଣଙ୍କ ନିଜ ସ୍ୱାମୀଙ୍କୁ ଫୁଲ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।